ବିନା କ୍ରେଡିଟ୍‌ କାର୍ଡରେ ବି କରି ପାରିବେ ଅନ୍‌ଲାଇନ୍‌ ସପିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ବିନା କ୍ରେଡିଟ୍‌ କାର୍ଡରେ ବି କରି ପାରିବେ ଅନ୍‌ଲାଇନ୍‌ ସପିଂ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ‘ଆମାଜନ୍ ଇଣ୍ଡିଆ’ ଏକ ନୂଆ ଫିଚର ଆଣିଛି। ଏହି ନୂଆ ଫିଚର୍‌ର ନାଁ ହେଉଛି ‘Amazon Pay EMI’, ଯାହା ସାହାଯ୍ୟରେ ଏବେ ଆପଣ ବିନା କ୍ରେଡିଟ୍‌ କାର୍ଡ଼ରେ ମଧ୍ୟ ଅନ୍‌ଲାଇନ୍‌ରେ ଜିନିଷ କିଣି ପାରିବେ। ଏଥିପାଇଁ ଆପଣଙ୍କୁ EMIର ସୁବିଧା ମିଳିବ। ଯେଉଁମାନଙ୍କର କ୍ରେଡିଟ୍‌ କାର୍ଡ ନାହିଁ, ଏହି ଫିଚର୍‌ ଆସିବା ପରେ ସେମାନେ EMIରେ ଅନ୍‌ଲାଇନ୍‌ ସପିଂ କରି ପାରିବେ।
ଆମାଜନ୍‌ ଆପ୍‌ ଖୋଲିଲେ, ଏଠାରେ Amazon Pay EMI ନାଁରେ ଏକ ବ୍ୟାନର୍ ଦେଖିବାକୁ ମିଳିବ। ତେବେ କମ୍ପାନୀ ଏହି ଅଫର୍‌ କେବଳ ସେହି ୟୁଜରମାନଙ୍କ ପାଇଁ କରିଛି, ଯେଉଁମାନେ କ୍ରେଡିଟ୍‌ କାର୍ଡ଼ର ବ୍ୟବହାର କରୁନାହାନ୍ତି।

କେମିତି କାମ କରେ Amazon Pay EMI?

Amazon Pay EMI ଫିଚର୍‌ରେ ଆପଣଙ୍କୁ ତୁରନ୍ତ କ୍ରେଡିଟ୍ କାର୍ଡ଼ ମିଳିବ। ଯାହାଦ୍ୱାରା, ଆପଣ EMIରେ ଅନ୍‌ଲାଇନ୍‌ ସପିଂ କରିପାରିବେ। ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜର ଡେବିଟ୍ କାର୍ଡ଼ ଲିଙ୍କ୍‌ କରାଇବୁ ପଡ଼ିବ। ଆଉ କିଣିଥିବା ସାମଗ୍ରୀର EMI କିସ୍ତି ଆପେ ଆପେ ଆପଣଙ୍କ ଡେବିଟ୍‌ କାର୍ଡ଼ରୁ କଟିଯିବ।

ଏହି ବ୍ୟାଙ୍କ୍‌ରୁ ନେଇ ପାରିବେ ଫାଇଦା

Amazon Pay EMIର ସୁବିଧା ଯେଉଁସବୁ ବ୍ୟାଙ୍କ୍‌ ଆକାଉଣ୍ଟରେ ମିଳିବ, ସେଗୁଡ଼ିକ ମଧ୍ୟରେ HDFC Bank, ICICI Bank, Canara Bank, Citibank ଓ Kotak Mahindra Bank ସାମିଲ୍‌ ଅଛି।

କେତେମାସରେ ଭରିବାକୁ ହେବ EMI?

Amazon Pay EMIରେ ଆପଣ ୮,୦୦୦ ଟଙ୍କାରୁ ଆରମ୍ଭ କରି ୬୦,୦୦୦ ଟଙ୍କାର ଜିନିଷ କିଣିପାରିବେ। ଆଉ କିଣିଥିବା ସାମଗ୍ରୀ ପାଇଁ ୟୁଜରଙ୍କୁ EMI ଭରିବାକୁ ୩ ମାସରୁ ଆରମ୍ଭ କରି ୧୨ ମାସ ଯାଏ ସମୟ ସୀମା ମିଳିବ।

ତେବେ ବିନା କ୍ରେଡିଟ୍‌ କାର୍ଡରେ ଅନ୍‌ଲାଇନ୍ ସପିଂ ପୂର୍ବରୁ Amazon Pay EMI ବିଷୟରେ ସମସ୍ତ ସୂଚନା ଜାଣି ରଖନ୍ତୁ।



from Odisha Reporter https://ift.tt/2xsrpBs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages