‘ଡାଏ’ ପ୍ରଭାବରେ ବିପଦ ସଙ୍କେତ ଟପିଲା ଜଳକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

‘ଡାଏ’ ପ୍ରଭାବରେ ବିପଦ ସଙ୍କେତ ଟପିଲା ଜଳକା

flood

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଡାଏ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଆଜି ସକାଳ ୬ଟା ସୁଧା ୬.୫୧ ମିଟର ରହିଛି।

ଏହା ଫଳରେ ବସ୍ତା ବ୍ଲକ୍‌ର ମଥାନି, ବାହାର୍ଦ, ଦଧହଂସା, ଗଡ଼ପଦା, ରାଉତପଡ଼ା, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ସଦର ବ୍ଳକ୍‌ର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ପ୍ରଭାବିତ ହୋଇଛି।flood

ସେହିପରି ବସ୍ତା-ବାଲିଆପାଳର ଲାଇଫଲାଇନ୍‌ କୁହାଯାଉଥିବା ପେଜାଗଳା ଚଟାଣରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ୨ରୁ ୩ ଫୁଟ୍‌ ଉପରେ ଜଳ ପ୍ରବାହିତ ହେଉଛି। ବାଲିଆପାଳ ବ୍ଲକ୍‌ ଜଗତିପୁର ପଞ୍ଚାୟତର ରାଣିଖୁଡ଼ି ଗ୍ରାମର ଏକ ଘର ଭାଙ୍ଗି ଯାଇଛି।flood

ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀ ବାରୁଣୀ ବ୍ରିଜ୍‌ଠାରେ ବିପଦ ସଙ୍କେତ ପାର କରିଛି। ଏଠାରେ  ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୮.୧୬ ମିଟର ରହିଛି। ସୋନ ଓ ଗଙ୍ଗାହାର ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ସୁନେଇ ଓ କାଳ ଡ୍ୟାମ୍‌ର ୨ଟି ଲେଖାଏ ଗେଟ୍ ଖୋଲା ଯାଇଛି।



from Odisha Reporter https://ift.tt/2PUnxAY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages