
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ହେଉଛି ଜନ୍ମାଷ୍ଟମୀ। ଦେଶର କେତେକ ସ୍ଥାନରେ ଆଜି ଅର୍ଥାତ୍ ସେପ୍ଟେମ୍ବର ୨ରେ ଏହା ପାଳନ କରାଯାଉଥିବାବେଳେ ଆଉ କେତେକ ସ୍ଥାନରେ ଆସନ୍ତାକାଲି ବା ୩ ତାରିଖରେ ପାଳନ କରାଯିବ। ମହାରାଷ୍ଟ୍ରରେ ଏହାକୁ ଦହି ହାଣ୍ଡି ଉତ୍ସବ ଭାବେ ପାଳନ କରାଯାଏ।
ତେବେ ସବୁ ବ୍ରତ ଭଳି ଜନ୍ମାଷ୍ଟମୀ ବ୍ରତ ପାଳନର ମଧ୍ୟ ବିଶେଷ ମହତ୍ୱ ରହିଛି। ଏହି ଦିନ ମହିଳାମାନେ ଶୁଦ୍ଧ ମନରେ ବ୍ରତ ରଖି ଭଗବାନ ଶ୍ରୀକୃଷ୍ଣଙ୍କର ପୂଜାର୍ଚ୍ଚନା କଲେ, ସେମାନଙ୍କ ସନ୍ତାନପ୍ରାପ୍ତିର ମନସ୍କାମନା ପୁରଣ ହେବା ସହ ପିଲାଙ୍କ ଆୟୁଷ ମଧ୍ୟ ବଢ଼ିଥାଏ। ଏହାବ୍ୟତୀତ ଜନ୍ମାଷ୍ଟମୀ ବ୍ରତ ପାଳିଲେ, ସମସ୍ତ ପାପ କ୍ଷୟ ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯାଏ।
ଯଦି ଆପଣଙ୍କ ଜୀବନରେ ଅର୍ଥ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ ଜନ୍ମାଷ୍ଟମୀରେ ନିଜ ଭାଗ୍ୟ ପରିବର୍ତ୍ତନ କରିବାକୁ ଆପଣ ପ୍ରସ୍ତୁତ ହୋଇଯାଆନ୍ତୁ। ଜନ୍ମାଷ୍ଟମୀର ପୂଜାରେ ଏହି ୫ଟି ସାମଗ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ। ଦେଖିବେ, ଆପଣଙ୍କ ଭାଗ୍ୟ ନିଶ୍ଚୟ ବଦଳିଯିବ।

୧. ତୁଳସୀ- କୃଷ୍ଣଙ୍କୁ ତୁଳସୀ ଖୁବ୍ ପ୍ରିୟ। ତେଣୁ ଜନ୍ମାଷ୍ଟମୀରେ ଭୋଗ ଲଗାଇବାବେଳେ କାହ୍ନାଙ୍କୁ ତାଙ୍କ ପ୍ରିୟ ତୁଳସୀ ନିଶ୍ଚୟ ଅର୍ପଣ କରନ୍ତୁ।
୨. ଲହୁଣୀ- ବାଲ୍ ଗୋପାଲଙ୍କୁ ଲହୁଣୀ ମଧ୍ୟ ଖୁବ୍ ପସନ୍ଦ। ତେଣୁ ଶ୍ରୀକୃଷ୍ଣଙ୍କୁ ତାଙ୍କ ଜନ୍ମଦିନରେ ଲହୁଣୀ ଭୋଗ ଲଗାଇଲେ, ସେ ଖୁବ୍ ପ୍ରସନ୍ନ ହୋଇଥା’ନ୍ତି।
୩. ହଳଦିଆ ଫଳ- ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ଫଳ ଅର୍ପଣ କଲେ, ଧନପ୍ରାପ୍ତି ହୋଇଥାଏ।
୪. ମୟୂର ପର- ଜନ୍ମାଷ୍ଟମୀର ପୂଜା ସମୟରେ ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୂର ପର ଲଗାଇବାକୁ ଭୁଲନ୍ତୁ ନାହିଁ। ଏହା ଲଗାଇଲେ କେଶବଙ୍କ ଅଶେଷ କୃପା ଲାଭ ହୋଇଥାଏ।
୫. ହଳଦିଆ ବସ୍ତ୍ର- ପିତାମ୍ବରୀ ବସ୍ତ୍ର କାହ୍ନାଙ୍କର ଖୁବ୍ ପ୍ରିୟ। ତେଣୁ ଜନ୍ମାଷ୍ଟମୀ ଦିନ ତାଙ୍କୁ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ। ଏହାଦ୍ୱାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୁରଣ ହେବ।
ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ:
୧. ଉପରୋକ୍ତ ୫ଟି ସାମଗ୍ରୀ ଆପଣ ମନ୍ଦିର କିମ୍ବା ଘରେ ପୂଜା କରିବା ସମୟରେ ହିଁ ଅର୍ପଣ କରିପାରିବେ।
୨. ସ୍ନାନ ସାରି ସଫା ଲୁଗା ପିନ୍ଧିବା ପରେ ହିଁ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ।
୩. ପ୍ରଭୁଙ୍କୁ ଅର୍ପଣ କରାଯିବାକୁ ଥିବା ସମସ୍ତ ସାମଗ୍ରୀ ଉପରେ ପ୍ରଥମେ ଗଙ୍ଗାଜଳ ଛିଞ୍ଚି, ଏସବୁକୁ ଶୁଦ୍ଧ କରନ୍ତୁ।
୪. ମନେରଖନ୍ତୁ, ଆପଣ ଯେପରି ଏହି ସମସ୍ତ ସାମଗ୍ରୀ ଡାହାଣ ହାତରେ ହିଁ ଭଗବାନଙ୍କୁ ଅର୍ପଣ କରିବେ।
୫. ପୂଜା କରିସାରି ସମସ୍ତଙ୍କୁ ଭୋଗ ବାଣ୍ଟି ଦିଅନ୍ତୁ। ଏହିଦିନ ଗରିବଙ୍କୁ ଖାଇବାକୁ ଦେଲେ, ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥା’ନ୍ତି।
from Odisha Reporter https://ift.tt/2N8lYBD
No comments:
Post a Comment