ମ୍ୟାଚ ହାରିବା ପରେ ଏମିତି କଥା କହିଲେ ପାକିସ୍ତାନ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ମ୍ୟାଚ ହାରିବା ପରେ ଏମିତି କଥା କହିଲେ ପାକିସ୍ତାନ ଅଧିନାୟକ

ଦୁବାଇ: ଏସିଆ କପ୍‌ ପୂର୍ବରୁ ଭାରତକୁ ପରାସ୍ତ କରିବ ବୋଲି ବାରମ୍ବାର ଦମ୍ଭୋକ୍ତି ଦେଖାଉଥିବା ପାକିସ୍ତାନ ଶେଷରେ ନିଜ ଭୁଲ୍‌ ବୁଝିପାରିଛି। ଏସିଆ କପ୍‌ର ଲିଗ୍‌ ଓ ସୁପର୍‌ ଫୋର ମୁକାବିଲାରେ ଭାରତଠାରୁ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ଜିତ ହେବା ପରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟିମ୍‌ ଇଣ୍ଡିଆ ‘ବେଷ୍ଟ’ ବୋଲି କହିବାକୁ ପଛାଇନାହାନ୍ତି।

ରବିବାର ସୁପର୍‌ ଫୋର ମୁକାବିଲାରେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ଏକ ତରଫା ଭାବେ ୯ ୱିକେଟ୍‌ରେ ପରାସ୍ତ କରିଥିଲା।

ମ୍ୟାଚ୍‌ ପରେ ସର୍ଫରାଜ କହିଛନ୍ତି, “ଟିମ୍‌ ଇଣ୍ଡିଆର ଦକ୍ଷତା ବେଶ ଉନ୍ନତ। ଆମ ଦକ୍ଷତା ଟିମ୍‌ ଇଣ୍ଡିଆ ଆଗରେ କିଛି ନୁହଁ। ଗୋଟିଏ ଚାମ୍ପିୟନ୍‌ ଦଳ ଭଳି ଟିମ୍‌ ଇଣ୍ଡିଆର ଖେଳାଳିମାନେ ପ୍ରଦର୍ଶନ କରୁଛନ୍ତି। ଆମେ ତାଙ୍କ ପାଖାପାଖି ମଧ୍ୟ ପହଞ୍ଚି ପାରିନାହୁଁ। କିନ୍ତୁ ଆଶା ଏସିଆ କପ୍‌ ଫାଇନାଲ୍‌ ବେଳକୁ ଆମେ କମ୍‌ବ୍ୟାକ୍‌ କରିବୁ।

“ଆମେ ଭଲ ବ୍ୟାଟିଂ କରିଥିଲୁ। କିନ୍ତୁ ଟାର୍ଗେଟରୁ ୨୦-୩୦ କମ୍‌ ରନ କରିପାରିଲୁ। ତଥାପି ଭାରତକୁ ଅଟକାଇବାକୁ ଆମେ ଚେଷ୍ଟା କରିଥିଲୁ। ହେଲେ ଆମେ ଯଦି କ୍ୟାଚ୍‌ ଛାଡ଼ିବା, ତା’ହେଲେ ମ୍ୟାଚ୍‌ କେବେ ଜିତିପାରିବା ନାହିଁ। ରୋହିତ ଶର୍ମା ଓ ଶିଖର ଧୱନଙ୍କ ଭଳି ବ୍ୟାଟସ୍‌ମ୍ୟାନ୍‌ଙ୍କ କ୍ୟାଚ୍‌ ଛାଡ଼ିଲେ, ଆମେ ମ୍ୟାଚ୍‌ ଜିତିପାରିବୁ ବୋଲି ଆଶା କରିବା ଭୁଲ। ଏବେ ଆମକୁ ଫିଲ୍ଡିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ।”

“ଆସନ୍ତା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ହେଉଛି, ଆମ ପାଇଁ କର ବା ମର ସଦୃଶ। ବାଂଲା ବିପକ୍ଷରେ ଆମେ ଶତପ୍ରତିଶତ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବୁ। ”

ଆସନ୍ତା ୨୫ ତାରିଖ ସୁପର ଫୋର୍‌ ମ୍ୟାଚ୍‌ରେ ଭାରତ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେବେ। ଏହାର ପରଦିନ ଅର୍ଥାତ ୨୬ ତାରିଖରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବ।

ବାଂଲାଦେଶ ସୁପର ଫୋର୍‌ର ରାଉଣ୍ଡର ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଜିତିଥିବା ବେଳେ ପାକିସ୍ତାନ ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳି କେବଳ ଆଫ୍‌ଗାନିସ୍ତାନକୁ ହରାଇଛି। ତେଣୁ ଏହି ଦୁଇ ଦଳଙ୍କ ମଧ୍ୟରୁ ଯିଏ ଜିତିବ ସେ ଭାରତ ସହ ଶୁକ୍ରବାର ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ।



from Odisha Reporter https://ift.tt/2DodS44

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages