କ୍ୟାଡର୍ ରୁଲ୍ ପରିବର୍ତ୍ତନ ନେଇ ତାତିଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

କ୍ୟାଡର୍ ରୁଲ୍ ପରିବର୍ତ୍ତନ ନେଇ ତାତିଲେ ଡାକ୍ତର

ବ୍ରହ୍ମପୁର/ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ବହୁ ଆଲୋଚନା ପରେ ୨୦୧୭ ମସିହାରେ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରମାନଙ୍କ ପାଇଁ କ୍ୟାଡର ରୁଲ୍ ପ୍ରବର୍ତ୍ତନ କରିଥିବା ବେଳେ ଏବେ ହଠାତ୍ ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ(ଓମ୍ସା)କୁ ଅନ୍ଧାରରେ ରଖି ତରବରିଆ ଭାବରେ ୨୦୧୮ କ୍ୟାଡର ରୁଲ୍ ପ୍ରସ୍ତୁତ ପାଇଁ ହୋଇଥିବା ମସୁଧାକୁ ଓମ୍ସା ତୀବ୍ର ନିନ୍ଦା କରିଛି।

ଏହି ପ୍ରସଙ୍ଗକୁ ନେଇ ଆସନ୍ତା ୨ ତାରିଖ ରବିବାର ଦିନ ଭୁବନେଶ୍ୱରଠାରେ ଓମସାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଉଥିବା ଡାକ୍ତର ଭଟ୍ଟ ସୂଚନା ଦେଇଛନ୍ତି । ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଏନେଇ ଓମ୍ସା ରାଜ୍ୟ ସଭାପତି ଡାକ୍ତର ନିରାକାର ଭଟ୍ଟ ସୂଚନା ଦେଇ କହିଛନ୍ତି ଯେ, କ୍ୟାଡର ରୁଲରେ ଡାକ୍ତର ସମାଜକୁ ବିଭିନ୍ନ ଆଳ ଦର୍ଶାଇ ସ୍ପେଶାଲିଷ୍ଟ କ୍ୟାଡର, ପବ୍ଲିକ୍ ହେଲ୍ଥ କ୍ୟାଡର ଏବଂ ଜେନେରାଲ ଡ୍ୟୁଟି କ୍ୟାଡର ଭଳି ୩ଟି ଭାଗରେ ବିଭକ୍ତ କରାଯାଇଛି।

କ୍ୟାଡରରେ ଭେଦଭାବ 

ବିଭିନ୍ନ କ୍ୟାଡରପାଇଁ ପଦୋନ୍ନତି ବେଳେ ସ୍ପେଶାଲିଷ୍ଟ ଏବଂ ପବ୍ଲିକ୍ ହେଲ୍ଥ୍ କ୍ୟାଡର ପାଇଁ ଜୁନିୟରରୁ ସିନିୟର ପଦୋନ୍ନତି ୫ ବର୍ଷ ରଖାଯାଇଥିବା ବେଳେ ଜେନେରାଲ କ୍ୟାଡର ପାଇଁ ଏହି ଅବଧି ସର୍ବନିମ୍ନ ୬ବର୍ଷ ରଖାଯାଇଛି।

ସେହିଭଳି ସିନିୟରରୁ ଜଏଣ୍ଟ ଡିରେକ୍ଟର ପଦୋନ୍ନତି ପାଇଁ ଜେନେରାଲ କ୍ୟାଡର ପାଇଁ ସର୍ବନିମ୍ନ ଅବଧି ୧୦ ବର୍ଷ ରହିଥିବା ବେଳେ ସ୍ପେଶାଲିଷ୍ଟ କ୍ୟାଡର ପାଇଁ ଏହା ୮ ବର୍ଷ ରଖାଯାଇଛି। ଜଏଣ୍ଟ ଡିରେକ୍ଟର ଓ ଆଡିସନାଲ ଡିରେକ୍ଟର ପାଇଁ ଜେନେରାଲ କ୍ୟାଡର ନିମନ୍ତେ ୫ ବର୍ଷ ଅବଧି ରହିଥିବା ବେଳେ ପବ୍ଲିକ୍ ହେଲ୍ଥ ଏବଂ ସ୍ପେଶାଲିଷ୍ଟ କ୍ୟାଡର କ୍ଷେତ୍ରରେ ସର୍ବନିମ୍ନ ଅବଧି ୨ ବର୍ଷ ରଖାଯାଇଛି।

ଏହାଦ୍ୱାରା ଗୋଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରିରେ ଯୋଗ ଦେଇଥିବା ଡାକ୍ତରମାନଙ୍କ ପାଇଁ ଅଲଗା ଅଲଗା ନିୟମକୁ ଓମ୍ସା ନାପସନ୍ଦ କରିଛି ।

ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବ, ଭୋଗିବେ ରୋଗୀ

୨୦୧୭ ମସିହା ରୁଲରେ ଥିବା କେବିକେ ଏବଂ ଟ୍ରାଇବାଲ ସବ୍ ପ୍ଲାନର ସର୍ତ୍ତାବଳୀକୁ ହଠାତ୍ ୨୦୧୮ ରୁଲରେ ପରିବର୍ତ୍ତନ କରାଯିବାର କୌଣସି ଯଥାର୍ଥତା ନାହିଁ ବୋଲି ଓମସା କହିଛି। ଏହା ଫଳରେ ଏମବିବିଏସ୍ ଡାକ୍ତରମାନେ ଚାକିରିରେ ଯୋଗ ଦେବେ ନାହିଁ ବୋଲି ଓମସା କହିଛି।

ଚାକିରି କାଳ ମଧ୍ୟରେ ପ୍ରମୋଶନ ପାଇଁ ଏମବିବିଏସ୍ ଡାକ୍ତରମାନେ ସ୍ପେଶାଲାଇଜେସନ ନ କରି ଚାକିରିରେ ପଶିବା ପାଇଁ କୁଣ୍ଠାବୋଧ କରିବେ ବୋଲି କୁହାଯାଇଛି।

ନୂତନ କ୍ୟାଡର ରୁଲ୍ ଫଳରେ ପୋଷ୍ଟ ଖାଲି ଥିଲେ ମଧ୍ୟ ଅବଧି ପୂର୍ଣ୍ଣ ହୋଇ ନ ଥିବାରୁ ଏଥିରେ ଡାକ୍ତରମାନେ ପ୍ରମୋସନ ପାଇପାରିବେ ନାହିଁ କି ସେ ପଦବୀ ପୂରଣ ହୋଇପାରିବ ନାହିଁ ବୋଲି ଓମସା
କହିଛି ।

ଏହା ଫଳରେ ଜନସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବେ। ଅନ୍ୟପକ୍ଷରେ ଓମସାର ଦାବିକ୍ରମେ ସ୍ୱାସ୍ଥ୍ୟ ବିଭାଗ କେବଳ ଡାକ୍ତରମାନଙ୍କୁ ଓପିଏସସି ପରୀକ୍ଷାରେ ବର୍ଷ ପିଛା ସର୍ବାଧିକ ୧୫ ପ୍ରତିଶତ ମାର୍କ ସଂଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କଣ୍ଟ୍ରାକଚୁଆଲ ଡାକ୍ତରଙ୍କ କ୍ଷେତ୍ରରେ ତାହା କାର୍ଯ୍ୟକାରୀ କରାଯାଇ ନ ଥିବାରୁ କଣ୍ଟ୍ରାକଚୁଆଲ ଡାକ୍ତର ଚାକିରି ପାଇଁ କେହି ଆସୁ ନଥିବା ଅଭିଯୋଗ ହୋଇଛି ।

ଏମାନଙ୍କ ପାଇଁ ମଧ୍ୟ ଓପିଏସସି ପରୀକ୍ଷା ବେଳେ ବର୍ଷ ପିଛା ଶତକଡା ୩ ପ୍ରତିଶତ ହିସାବରେ ସର୍ବାଧିକ ୧୫ ପ୍ରତିଶତ ମାର୍କ ଦିଆଗଲେ ଖାଲି ବସିଥିବା ଡାକ୍ତରମାନେ କଣ୍ଟ୍ରାକଚୁଆଲ ଡାକ୍ତର ଭାବରେ କାର୍ଯ୍ୟ
କରିବାକୁ ଆଗେଇ ଆସିବେ ବୋଲି ଓମସା କହିଛି।

ଓମସାର ମତାମତ ନିଆ ନଯିବା ଉଦବେଗର କାରଣ

ସ୍ୱାସ୍ଥ୍ୟ ସଚିବ ଓମସା ସହ ଚଳିତ ବର୍ଷ ଫେବୃଆରୀ ୨ ତାରିଖ ଏବଂ ଜୁନ୍ ୨୮ ତାରିଖରେ ଓମସା ସହ ଆଲୋଚନା କରିଥିଲେ ମଧ୍ୟ ଓମସାକୁ ବିଶ୍ୱାସକୁ ନ ନେଇ କ୍ୟାଡର ରୁଲ୍ ପ୍ରଣୟନ କରିବା ଘଟଣା ଉଦବେଗର କାରଣ ବୋଲି ଡାକ୍ତର ଭଟ୍ଟ କହିଛନ୍ତି।

ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏନେଇସ୍ମାରକପତ୍ର ଦିଆଯିବା ସହ ଏଥିରେ ହସ୍ତକ୍ଷେପ କରି ଏହି କ୍ୟାଡର ରୁଲ୍ ପ୍ରତ୍ୟାହାର କରିବାକୁ ଦାବି କରିଛି ଓମସା। ଓମସାକୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ କ୍ୟାଡର ରୁଲ୍ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାକୁ ସଂଘ ଦାବି କରିଛି।

 



from Odisha Reporter https://ift.tt/2NGNCCA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages