ଭଜିଙ୍କ ଟାର୍ଗେଟରେ ଟିମ୍‌ ଇଣ୍ଡିଆର ଚୟନକର୍ତ୍ତା: କହିଲେ ବ୍ୟକ୍ତିଙ୍କୁ ନେଇ ବଦଳୁଛି ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଭଜିଙ୍କ ଟାର୍ଗେଟରେ ଟିମ୍‌ ଇଣ୍ଡିଆର ଚୟନକର୍ତ୍ତା: କହିଲେ ବ୍ୟକ୍ତିଙ୍କୁ ନେଇ ବଦଳୁଛି ନିୟମ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଟର୍ବାନେଟର୍‌ ତଥା ଅଫ୍‌ ସ୍ପିନର ହରଭଜନ ସିଂହ ଅନେକ ଦିନ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। କିନ୍ତୁ ଭଜି ସୋଶାଲ୍‌ ମଡିଆରେ ବିଭିନ୍ନ ପ୍ରସଙ୍ଗରେ ମତଦେଇ ବେଶ ଚର୍ଚ୍ଚାରେ ରହୁଛନ୍ତି। 
 
ଏବେ ଭଜି ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ପାଇଁ ଚୟନ ହୋଇଥିବା ଟିମ୍‌ ଇଣ୍ଡିଆକୁ ନେଇ ବିସିସିଆଇର ଚୟନକର୍ତ୍ତାଙ୍କୁ ଟାର୍ଗେଟ କରିଛନ୍ତି। 
ଏସିଆ କପ୍‌ରେ କ’ଣ ପାଇଁ ଘରୋଇ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଉଦୟମାନ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥାନ ମିଳିନାହିଁ, ତାକୁ ନେଇ ଭଜି ପ୍ରଶ୍ନ କରିଛନ୍ତି। ଏଥିସହ ସେ ବିସିସିଆଇର ଚୟନକର୍ତ୍ତାମାନେ କ’ଣ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ନିୟମ ବଦଳାଉଛନ୍ତି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ବିସିସିଆଇ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦେବା ସହ ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ୍‌ ଭାବେ ଦାୟିତ୍ୱ ଦେଇଛି। ଏହି ଟିମ୍‌ରେ ନୂଆ ମୁହଁ ଭାବେ କେବଳ ରାଜସ୍ଥାନର ବାମହାତୀ ସିମର୍‌ ଖଲିଲୀ ଅହମ୍ମଦଙ୍କୁ ସାମିଲ କରାଯାଇଛି।
ତେବେ ଘରୋଇ ଏବଂ ଭାରତୀୟ ଏ ଟିମ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ମୟଙ୍କ ଅଗ୍ରୱାଲଙ୍କ ଉପରେ ବିସିସିଆଇ ଚୟନକର୍ତ୍ତାଙ୍କ ଆର୍ଶୀବାଦ ପଡ଼ିନାହିଁ।
 
ମୟଙ୍କଙ୍କୁ ଚୟନ କରାଯାଇ ନଥିବାରୁ ଭଜି ଟ୍ୱିଟର୍‌ ଜରିଆରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି “ ମୟଙ୍କ ଅଗ୍ରୱାଲ କୁଆଡ଼େ ଗଲେ? ସେ ଅନେକ ରନ୍‌ କରିଥିଲେ ମଧ୍ୟ ମୁଁ ତାଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡରେ ଦେଖିପାରୁନାହିଁ। ବୋଧେ ଭିନ୍ନ ବ୍ୟକ୍ତିଙ୍କ ପାଇଁ ଏଠାରେ ଭିନ୍ନ ଭିନ୍ନ ନିୟମ?”
ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ଚୟକକର୍ତ୍ତା କମିଟିର ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି, ଖୁବ୍‌ଶୀଘ୍ର ମୟଙ୍କଙ୍କୁ ସୁଯୋଗ ମିଳିବ। ମୟଙ୍କ ଜଣେ ଭଲ ଖେଳାଳି ଏବଂ ସେ ନିୟମିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଏବେ ଟିମ୍‌ ଇଣ୍ଡିଆ ସ୍କ୍ୱାଡରେ ସାମିଲ ହେବାଠାରୁ ଗୋଟିଏ ପାଦ ପଛରେ ରହିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ପରିଶ୍ରମର ଫଳ ମିଳିବ ବୋଲି ସେ କହିଛନ୍ତି। 


from Odisha Reporter https://ift.tt/2MS6HWb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages