
ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଚିରା, ଫଟା କିମ୍ବା ନଷ୍ଟ ହୋଇଯାଇଥିବା ୨୦୦୦ ଟଙ୍କିଆ କିମ୍ବା ୨୦୦ ଟଙ୍କିଆର ନୋଟ୍ ଅଛିକି। ଯଦି ଅଛି ଏହାକୁ ନେଇ ଆପଣ ବ୍ୟାଙ୍କରେ ଦେଇପାରିବେ ସତ କିନ୍ତୁ ସମ୍ପୂର୍ଣ୍ଣ ମୂଲ୍ୟ ନ ମିଳିପାରେ। ଅର୍ଥାତ ନଷ୍ଟ ହୋଇଥିବା ଟଙ୍କାର ପରିମାଣ ଅର୍ଥାତ ଆକାର
ହିସାବରେ ଆପଣଙ୍କୁ ପ୍ରତିବଦଳରେ କିଛି ଅର୍ଥ ମିଳିପାରେ କିମ୍ବା ଅତି ପରିମାଣରେ ନଷ୍ଟ ହୋଇଯାଇଥିଲେ ହୁଏତ କିଛି ନମିଳିପାରେ। ଏନେଇ ଆର୍ବିଆଇ ପକ୍ଷରୁ ନୂଆ ଗାଡ୍ଲାଇନ୍ ଜାରି କରାଯାଇଛି। ଏହି ନୂଆ ନୋଟ୍କୁ ନେଇ ଏକ୍ସଚେଞ୍ଜ-୨୦୧୮ ନିୟମର ସଂଶୋଧନ କରିଛି ଆରବିଆଇ। ଏହି ନୂଆ ଏକ୍ସଚେଞ୍ଜ ନିୟମ ମହାତ୍ମା ଗାନ୍ଧିଙ୍କ ଫଟୋ ଥାଇ ନୂଆକରି ଲାଗୁ ହୋଇଥିବା ୧୦, ୨୦, ୫୦ ଏବଂ ୧୦୦ ଟଙ୍କିଆ ନୋଟ୍ ପାଇଁ ମଧ୍ୟ ଲାଗୁ ହେବ।
ପୂର୍ବରୁ ଏକ୍ସଚେଞ୍ଚ ନିୟମ ୨୦୦୦ ଟଙ୍କିଆ କିମ୍ବା ୨୦୦ ଟଙ୍କିଆ ନୋଟ୍ ପାଇଁ ଲାଗୁ ହେଉ ନଥିଲା। ତେଣୁ ଲୋକେ ଦୁର୍ବଳ ହୋଇଯାଇଥିବା ଏହି ୨୦୦୦ ଟଙ୍କିଆ କିମ୍ବା ୨୦୦ ଟଙ୍କିଆ ନୋଟ୍ ନେବାକୁ ରାଜି ହେଉ ନଥିଲେ। ଏ ସମ୍ପର୍କରେ କ୍ରମାଗତ ଅଭିଯୋଗ ଏବଂ ଚର୍ଚ୍ଚା ହେବା ପରେ ଆରବିଆଇ ପକ୍ଷରୁ ନିୟମର ସଂଶୋଧନ କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ ୨୦୦୦ଟଙ୍କିଆ ନୂଆ ନୋଟର ଆକାର ଅନୁଯାୟୀ ଆପଣଙ୍କୁ ଟଙ୍କା ଫେରସ୍ତ ମିଳିବ। ଯଦି ନୋଟ୍ଟିର ବାସ୍ତବ ଆକାରଠାରୁ ସର୍ବନିମ୍ନ ୮୮ ପ୍ରତିଶତ ସେଣ୍ଟିମିଟର ଥିବ ତେବେ ଏକ୍ଷେତ୍ରରେ ସମ୍ପୂର୍ଣ୍ଣ ମୂଲ୍ୟ ମିଳିବ।
ଯଦି ନୋଟ୍ର ଆକାର ୪୪ ପ୍ରତିଶତ ସେଣ୍ଟିମିଟର ଥିବ ତେବେ ଅଧା ମୂଲ୍ୟ ମିଳିବ। ସେହିପରି ୨୦୦ ଟଙ୍କିଆ କ୍ଷେତ୍ରରେ ୭୮ ପ୍ରତିଶତ ସେଣ୍ଟିମିଟର ଥିଲେ ସମ୍ପୂର୍ଣ୍ଣ ଅର୍ଥ ମିଳିବ। ୩୯ ପ୍ରତିଶତ ହୋଇଥିଲେ ଅଧା ମୂଲ୍ୟ ମିଳିବ। ସେହିପରି ୧୦୦ ଟଙ୍କିଆ ନୋଟ୍ କ୍ଷେତ୍ରରେ ମୂଳ ସାଇଜ୍ର ୭୫ ପ୍ରତିଶତ ସେଣ୍ଟିମିଟର ଥିଲେ ପୂର୍ଣ୍ଣ ଅର୍ଥ ମିଳିବ। ୩୦ ପ୍ରତିଶତ ହୋଇ ଥିଲେ ଅଧା ମିଳିବ । ସେହିପରି ୫୦ଟଙ୍କାରେ ୭୨ ପ୍ରତିଶତ କ୍ଷେତ୍ରରେ ପୂର୍ଣ୍ଣ ଅର୍ଥ ଏବଂ ୩୬ ପ୍ରତିଶତ ନଷ୍ଟ ହୋଇଥିଲେ ଅଧା ଟଙ୍କା ମିଳିବ।
from Odisha Reporter https://ift.tt/2QgI3N2
No comments:
Post a Comment