ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟରେ ଆଜି ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮(ଏନ୍ଡିସିପି) ଅନୁମୋଦିତ ହୋଇଛି।
ଏଥିସହିତ ଟେଲିକମ ଆୟୋଗଙ୍କ ନାମ ପରିବର୍ତ୍ତନ କରାଯାଇ ‘ଡିଜିଟାଲ ସଂଚାର ଆୟୋଗ’ କରାଯାଇଛି। ଭାରତକୁ ଏକ ସଶକ୍ତ ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ସମାଜରେ ପରିଣତ କରିବା ଉଦ୍ଦେଶ୍ୟରେ ଏନ୍ଡିସିପି-୨୦୧୮ ନୀତି ପ୍ରଣୟନ କରାଯାଇଛି ।
ଡିଜିଟାଲ ଯୋଗାଯୋଗକୁ ଏହା ମଜଭୁତ୍ କରିବା ସହ ଟେଲିକମ୍ କ୍ଷେତ୍ର ପରିଚାଳନା ପାଇଁ ଏହା ବେଶ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେହିପରି ଡିଜିଟାଲ ସଂଚାର କ୍ଷେତ୍ରରେ ୪ ନିୟୁତ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭାରତର ଜିଡିପିରେ ଡିଜିଟାଲ ସଂଚାର କ୍ଷେତ୍ରର ଯୋଗଦାନ ୨୦୧୭ରେ ୬ ପ୍ରତିଶତ ଥିବା ବେଳେ ଏହାକୁ ୮ପ୍ରତିଶତକୁ ବଢାଯିବା ନେଇ ଲକ୍ଷ୍ୟ ରହିଛି।
ଆଇଟିୟୁର ଆଇସିଟି ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ୨୦୧୭ରେ ୧୩୪ରେ ଥିବା ବେଳେ ଏହାକୁ ଶ୍ରେଷ୍ଠ ୫୦ଟି ଦେଶ ମଧ୍ୟରେ ସାମିଲ କରିବା ନେଇ କ୍ୟାବିନେଟ୍ରେ ଆଲୋଚନା ହୋଇଛି।
ପ୍ରତ୍ୟେକ ନାଗରିକଙ୍କୁ ସେକେଣ୍ଡ ପ୍ରତି ୫୦ ଏମ୍ବିପିଏସ/ବେଗର ସାମୂହିକ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବା ନେଇ ଲକ୍ଷ୍ୟ ରହିଛି।
ଏଥିସହ ସମସ୍ତ ଗ୍ରାମପଞ୍ଚାୟତକୁ ୨୦୨୦ ସୁଦ୍ଧା ସେକେଣ୍ଡ ପ୍ରତି ୧ ଜିବି ଏବଂ ୨୦୨୨ ସୁଦ୍ଧା ସେକେଣ୍ଡ ପ୍ରତି ୧୦ ଜିବି ସ୍ପିଡର ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି। ସେହିପରି ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ମଧ୍ୟ ଲକ୍ଷ୍ୟ ରହିଛି।
from Odisha Reporter https://ift.tt/2N6yFsq
No comments:
Post a Comment