ନ୍ୟୁଜିଲ୍ୟାଣ୍ଡ୍‌ର ଏହି ଗାଁରେ ଏବେ ବିଲେଇ ପାଳିବା ମନା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ନ୍ୟୁଜିଲ୍ୟାଣ୍ଡ୍‌ର ଏହି ଗାଁରେ ଏବେ ବିଲେଇ ପାଳିବା ମନା 

cat1

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ନ୍ୟୁଜିଲ୍ୟାଣ୍ଡ୍‌ରେ ଏପରି ଏକ ଗାଁ’ ଅଛି, ଯେଉଁଠାରେ ବିଲେଇ ପାଳିବା ଉପରେ ଏବେ କଟକଣା କରାଯାଇଛି।

ଏହି ଗାଁ’ଟିର ନାଁ ହେଉଛି ଓମାଅଇ। ତେବେ ଗାଁରେ ଯେଉଁ ଲୋକମାନେ ଏବେ ବିଲେଇ ରଖିଛନ୍ତି, ସେମାନେ ଏହାକୁ ନିଜ ପାଖରେ ରଖିପାରିବେ। କିନ୍ତୁ ଆଗକୁ ଗାଁରେ କେହି ନୂଆ କରି ବିଲେଇ ପାଳି ପାରିବେ ନାହିଁ। _New_Zealand_1

ଏଥିପାଇଁ ବିଲେଇ ପାଳିବା ମନା
ନ୍ୟୁଜିଲ୍ୟାଣ୍ଡ୍‌ର ଏହି ଗାଁରେ ବିଲେଇଙ୍କୁ ବ୍ୟାନ୍‌ କରିବା ପଛର କାରଣ ହେଉଛି, ଏଠାକାର ବିଲେଇମାନେ ପକ୍ଷୀମାନଙ୍କୁ ମାରି ଖାଇ ଦେଉଛନ୍ତି। ଏହଦ୍ୱାରା ସଂପୃକ୍ତ ଅଞ୍ଚଳରେ ପକ୍ଷୀଙ୍କ ସଂଖ୍ୟା ଉଦ୍‌ବେଗଜନକଭାବେ ହ୍ରାସ ପାଇବାରେ ଲାଗିଛି। ଏପରିକି ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳୁଥିବା ବିରଳ ପ୍ରଜାତିର ପକ୍ଷୀମାନଙ୍କୁ ମଧ୍ୟ ବିଲେଇମାନେ ମାରି ଖାଇ ଦେଉଛନ୍ତି। ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହି ଗାଁରେ ଏବେ ବିଲେଇ ପାଳିବା ବନ୍ଦ କରାଯାଇଛି।
Feral-Cat3ସାଧାରଣତଃ ନ୍ୟୁଜିଲ୍ୟାଣ୍ଡ୍‌ରେ ପକ୍ଷୀମାନଙ୍କ ସଂଖ୍ୟା ତୁଳନାତ୍ମକଭାବେ ଅଧିକ। ଅନ୍ୟ କାହାର କ୍ଷତି କରୁନଥିବା ପ୍ରାୟ ୪୦୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଏଠାରେ ଦେଖିବାକୁ  ମିଳନ୍ତି।  ଖାସ୍ ଏହି ପକ୍ଷୀମାନଙ୍କୁ ଦେଖିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥା’ନ୍ତି। ପରିବେଶ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଠାରେ ଯେତେ ପ୍ରଜାତିର ପକ୍ଷୀ ରୁହନ୍ତି, ତାହା ତାହା ଅନ୍ୟ କେଉଁ ଦେଶରେ ଦେଖିବାକୁ ମିଳି ନଥା’ନ୍ତି।

catସେଠାକାର ସରକାରୀ ରିପୋର୍ଟ ଅନୁସାରେ, ବିଲେଇଙ୍କ ଆକ୍ରମଣ ଯୋଗୁ ପ୍ରତି ବର୍ଷ ସାରା ଦେଶରେ ଅଢ଼େଇ କୋଟି ପକ୍ଷୀଙ୍କର ମୃତ୍ୟୁ ହେଉଛି। ଏପରିକି ସ୍ଥାନୀୟ ଅଞ୍ଚଳରେ ବିଲେଇଙ୍କୁ ‘ସିରିଏଲ୍‌ କିଲର୍‌’ ବୋଲି କୁହାଯାଉଛି। ୨୦୧୩ରେ ଏହାକୁ ନେଇ ଏକ ଆନ୍ଦୋଳନ ହୋଇଥିଲା, ଯାହାର ନାମ ‘Cats To Go’ ରଖାଯାଇଥିଲା।

ପରେ ୨୦୧୬ରେ ନ୍ୟୁଜିଲ୍ୟାଣ୍ଡ୍‌ ସରକାର ନିଷ୍ପତ୍ତି ନେଇଥିଲେ ଯେ ୨୦୫୦ ମଧ୍ୟରେ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଦେଶରୁ ବାହାର କରାଯିବ।

large-cat2ନ୍ୟୁଜିଲ୍ୟାଣ୍ଡ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି, ପକ୍ଷୀମାନଙ୍କ ମୃତ୍ୟୁ ଯୋଗୁ ଜୈବ ବିବିଧତା ନଷ୍ଟ  ହେଉଛି। ପଡ଼ୋଶୀ ରାଷ୍ଟ୍ର ଅଷ୍ଟ୍ରେଲିଆ ସହ ଆମେରିକା ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇ ସାରିଛନ୍ତି। ଚାଷ ଏବଂ ପରିବେଶ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି।



from Odisha Reporter https://ift.tt/2Nbh7zm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages