
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ଅଶାନ୍ତି ସୃଷ୍ଟି ହେବା, କୌଣସି କାରଣରୁ ଚିନ୍ତାରେ ରହିବା, ରୋଗରେ ପଡ଼ିବା ପରି ସମସ୍ୟା ଲାଗି ରହୁଛି କି ? ଏହା ବାସ୍ତୁଦୋଷରୁ ହେଉଥାଇ ପାରେ।
ବାସ୍ତୁଶାସ୍ତ୍ର ଅନୁସାରେ ଏଥିପାଇଁ ବିଭିନ୍ନ କାରଣ ଦାୟୀ ହୋଇପାରେ। ଏପରି ଏକ କାରଣ ହେଉଛି ଘରର ମୁଖ୍ୟ ଦ୍ୱାର।
ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ କବାଟ ଠିକ ନଥିବ, ତେବେ ଏସବୁ ସମସ୍ୟା ଦେଖାଦେଇପାରେ। ଘରର ମୁଖ୍ୟ କବାଟ କିପରି ରହିବା ଉଚିତ୍ ସେନେଇ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଚାଲନ୍ତୁ ଜାଣିବା କ’ଣ କଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ?
– ଘରର ମୁଖ୍ୟଦ୍ୱାର କାଠରେ ହେବା ଉଚିତ୍। କବାଟ ସବୁବେଳେ ଭିତର ପଟକୁ ଖୋଲିବା ଦରକାର। ବାହାର ପଟକୁ କବାଟ ଖୋଲା ହେଉଥିଲେ ଏହା ଘରର ମୁଖିଆଙ୍କ ପାଇଁ ଆଦୌ ଶୁଭ ନୁହେଁ। ଏହାଦ୍ୱାରା ଘର ମାଲିକ ଚିନ୍ତାରେ ପଡ଼ିବା ସହ ଶାରୀରିକ ପୀଡ଼ାର ସମ୍ମୁଖୀନ ହୋଇଥାନ୍ତି।

– ମୁଖ୍ୟ କବାଟ ଘରର ଅନ୍ୟ କବାଟ ଠାରୁ ବଡ଼ ହେବା ଦରକାର। ମୁଖ୍ୟ କବାଟ ଅନ୍ୟ କବାଟଠାରୁ ଛୋଟ ହେଲେ ପରିବାର ଲୋକଙ୍କୁ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡ଼ି ପାରେ।
– ସୂର୍ଯ୍ୟୋଦ୍ୱୟ ସମୟରେ ଘରର କବାଟ ଖୋଲା ରଖନ୍ତୁ। ଏହାଦ୍ୱାରା ସକାରାତ୍ମକ ଉର୍ଜା ଘରକୁ ଆସିଥାଏ। ଏହି ସମୟରେ କବାଟ ବନ୍ଦ ରହିଲେ ପରିବାର ଲୋକଙ୍କୁ ସ୍ୱାସ୍ଥ୍ୟାଗତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

– କବାଟ ପଛ ପଟରେ ଛୁରି କିମ୍ବା କୌଣସି ଧାରୁଆ ଜିନିଷ ରଖିବା ଉଚିତ୍ ନୁହେଁ। ଏହାଦ୍ୱାରା ପରିବାରର ଲୋକଙ୍କ ମଧ୍ୟରେ କଳହ ବଢ଼ିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
from Odisha Reporter https://ift.tt/2NKKC8s
No comments:
Post a Comment