
ବାଲେଶ୍ୱର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ସଫଳତାର ଆଉଏକ ମାଇଲ ଖୁଣ୍ଟ ଛିଡ଼ା କରିଛି ଭାରତ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପୃଥ୍ୱୀ ଡିଫେନ୍ସ ଭେଇକିଲ୍ (ପିଡିଭି) କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ରାତିରେ ପରୀକ୍ଷା କରି ନୂଆ ରେକର୍ଡ କରିଛି ଭାରତ। ଆଜି ରାତି ୮ଟାରେ ଚାନ୍ଦିପୁର ଅାଇଟିଅାର ର ୪ନମ୍ବର ଲଞ୍ଚପ୍ୟାଡ଼ରୁ ଏହାର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।
ଏହି ଇଣ୍ଟରସେପ୍ଟର ମିସାଇଲ ଶତୃପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ୫୦ରୁ ୧୫୦ କିଲୋମିଟର ଉଚ୍ଚତାରେ ଧ୍ୱଂସ କରିବା କ୍ଷମତା ରଖିଛି।
ଆଡଭାନ୍ସଡ ଏୟାର ଡିଫେନ୍ସ, ପୃଥ୍ୱୀ ଏୟାର ଡିଫେନ୍ସ ପରେ ଏହି କ୍ଷେପଣାସ୍ତ୍ର ହେଉଛି ଅାତ୍ୟାଧୁୁନିକ ମଡେଲ।
from Odisha Reporter https://ift.tt/2xI0zFJ
No comments:
Post a Comment