
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏକ ଚକ୍ଷୁ ହସ୍ପିଟାଲ ଖୋଲିବା ପାଇଁ ଜଣେ ସଚିବଙ୍କ ପତ୍ନୀ ଏବେ ଫୁଲ୍ ଜୋଶ୍ରେ ଲାଗିପଡ଼ିଛନ୍ତି। ଆଉ ପତ୍ନୀଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ତାଙ୍କ ସଚିବ ପତି କୁଆଡ଼େ ସରକାରୀସ୍ତରରେ ନିଜର ପାୱାର୍ ଶୋ’ କରୁଥିବା ଚର୍ଚ୍ଚା ହେଉଛି।
ଶୁଣିବାକୁ ମିଳୁଛି, ପତିଙ୍କ ପ୍ରଭାବରେ କିଛିଦିନ ସେ ଏକ ଘରୋଇ ହସ୍ପିଟାଲ୍ ଓ କ୍ୟାପିଟାଲ୍ ହସ୍ପିଟାଲ୍ରେ ଅସ୍ଥାୟୀ ବିଶେଷଜ୍ଞ ଭାବେ କାର୍ଯ୍ୟ କରିବା ପରେ, ଏବେ କୁଆଡ଼େ ଏକ ଚକ୍ଷୁ ହସ୍ପିଟାଲ୍ ଖୋଲିବାକୁ ସରକାରଙ୍କ ନିକଟରେ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିଛନ୍ତି।
ଚର୍ଚ୍ଚା ହେଉଛି, ସଚିବ ଜଣକ ଏକ ଜିଲ୍ଲାର ଜିଲ୍ଲାପାଳ ଥିବାବେଳେ ତାଙ୍କ ପତ୍ନୀ କୁଆଡ଼େ ସେଠାକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ଥାୟୀ ଭାବେ ମନମୁଖି କାର୍ଯ୍ୟ କରି ବିବାଦ ଘେରକୁ ଆସିଥିଲେ।
ପରେ ଏହି ସଚିବ ଜଣକ ଯେଉଁସବୁ ଜିଲ୍ଲାର ଜିଲ୍ଲାପାଳ ହୋଇଥିଲେ, ସେଠାରେ ମଧ୍ୟ ତାଙ୍କ ପତ୍ନୀଙ୍କୁ ଡାକ୍ତର ଭାବେ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରିବାକୁ ଦେଖିବାକୁ ମିଳୁଥିଲା।
ମାତ୍ର ସଚିବ ଜଣକ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାଳୟର ମୁଖିଆ ଭାବେ କାମ କରିବାବେଳେ କୁଆଡ଼େ ତାଙ୍କ ପତ୍ନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରିଥିଲେ।
ଆଉ ସେହି ସମୟରେ ସମ୍ପୃକ୍ତ ଘରୋଇ ହସ୍ପିଟାଲକୁ କୁଆଡ଼େ ତାଙ୍କ ପତି ଅହେତୁକ ସରକାରୀ ଅନୁକମ୍ପା ଦେଖାଇବାକୁ ପଛାଇ ନଥିଲେ। ସଚିବଙ୍କ ପଦୋନ୍ନତି ପରେ ପତ୍ନୀ ଘରୋଇ ହସ୍ପିଟାଲ ଛାଡ଼ି କୁଆଡ଼େ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି।
ଶୁଣିବାକୁ ମିଳୁଛି, ପ୍ରାୟ ୩ ଏକରର ଜମି ହାତେଇବା ପାଇଁ ମ୍ୟାଡାମଙ୍କ ଜଣେ ବ୍ୟବସାୟିକ ସହଯୋଗୀ ଏବେ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଆଉ ଏହି ଆବେଦନ ଫାଇଲ୍ଟିକୁ କୁଆଡ଼େ ଅଧିକ ଗୁରୁତ୍ୱ ଦେଇ ସଚିବଜଣକ ଆଗକୁ ବଢ଼ାଉଛନ୍ତି।
ଡାକ୍ତର ଭାବେ ସେ କିଭଳି ରୋଗୀଙ୍କୁ ଦେଖନ୍ତି ଓ ତାଙ୍କ ଚିକିତ୍ସାରେ ରୋଗୀମାନେ ଭଲ ହୁଅନ୍ତି କି ନାହିଁ ତାହା ତ ଭିନ୍ନ କଥା କିନ୍ତୁ ମ୍ୟାଡାମ୍ କୁଆଡ଼େ ନାଁକୁ କେବଳ ଡାକ୍ତର ବୋଲି ସରକାରୀ ହସ୍ପିଟାଲରେ ନିଜର ପତିଆରା ଦେଖାନ୍ତି।
ଚର୍ଚ୍ଚା ହେଉଛି, ଏବେ ଏହି ସଚିବଙ୍କ ନିଜ ରାଜ୍ୟର ଜଣେ ବ୍ୟବସାୟୀଙ୍କ ସହଯୋଗରେ କୁଆଡ଼େ ତାଙ୍କ ପତ୍ନୀ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏକ ଚକ୍ଷୁ ହସ୍ପିଟାଲ ଖୋଲିବାକୁ ଯୋଜନା କରିଛନ୍ତି। ଏଥିପାଇଁ ମୋଟା ଅଙ୍କର ବଜେଟ୍ ବରାଦ ବି କରିସାରିଛନ୍ତି। ତେବେ ସରକାରୀ ଜମି ମିଳୁନଥିବାରୁ କୁଆଡ଼େ ପ୍ରୋଜେକ୍ଟଟି ବାସ୍ତବ ରୂପ ନେଇପାରୁନି।
ଶୁଣିବାକୁ ମିଳୁଛି, ପ୍ରାୟ ୩ ଏକରର ଜମି ହାତେଇବା ପାଇଁ ମ୍ୟାଡାମଙ୍କ ଜଣେ ବ୍ୟବସାୟିକ ସହଯୋଗୀ ଏବେ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଆଉ ଏହି ଆବେଦନ ଫାଇଲ୍ଟିକୁ କୁଆଡ଼େ ଅଧିକ ଗୁରୁତ୍ୱ ଦେଇ ସଚିବଜଣକ ଆଗକୁ ବଢ଼ାଉଛନ୍ତି।
ଏପରିକି ସାଧାରଣ ପ୍ରଶାସନ ଓ ଇଡକୋ ଉପରେ ଏଥିପାଇଁ ଚାପ ପକାଇବାକୁ ବି ସଚିବ ଜଣକ ପଛାଉ ନାହାନ୍ତି। ସଚିବ ଜଣକ ପତ୍ନୀଙ୍କ ଚକ୍ଷୁ ହସ୍ପିଟାଲ୍ଟି ଯେଭଳି ପ୍ରତିଷ୍ଠା ହେବ, ସେଥିପାଇଁ ତଳଠୁ ଉପର ପର୍ଯ୍ୟନ୍ତ ଏବେ କୁଆଡ଼େ ସମସ୍ତଙ୍କ ଉପରେ ଚାପ ପକାଉଛନ୍ତି।
ଏହି କ୍ଷମତାଶାଳୀ ସଚିବଙ୍କ ପତ୍ନୀଙ୍କୁ ଚକ୍ଷୁ ହସ୍ପିଟାଲ୍ ପାଇଁ ଜାଗା ଦେବାକୁ କୁଆଡ଼େ ବିଭାଗୀୟ ମନ୍ତ୍ରୀ ବି ହାତକାଟି ସୁପାରିସ୍ କରିଥିବା ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2wLBAAU
No comments:
Post a Comment