ଚିଲିକାରେ ହେବ ନାହିଁ ଜଳ ବିମାନ ବନ୍ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଚିଲିକାରେ ହେବ ନାହିଁ ଜଳ ବିମାନ ବନ୍ଦର

chilka,,-lake

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକାରେ ହେବାକୁ ଥିବା ଜଳ ବିମାନ ବନ୍ଦର ବା ଓ୍ୱାଟର ଏରୋଡ୍ରମ୍‌ ପ୍ରସ୍ତାବରୁ କେନ୍ଦ୍ର ସରକାର ଓହରି ଯାଇଛନ୍ତି। ଚିଲିକାର ପ୍ରକୃତିକ ଜୈବ ବିବିଧତାକୁ ଦେଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଳାପଡ଼ିଛି।

ପୂର୍ବରୁ ପ୍ରସ୍ତାବକୁ ବିଭିନ୍ନ ସଂଗଠନ ତରଫରୁ ବିରୋଧ କରାଯାଇଥିଲା। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ସ୍ଥଗିତ ରଖିବା ପାଇଁ ଜିଏ ବିଭାଗକୁ ଜଣାଇ ଦେଇଛନ୍ତି। ଚିଲିକାରେ ସିପ୍ଲେନ୍‌ ପ୍ରକଳ୍ପ କରାଗଲେ ୧୦ଲକ୍ଷ ପକ୍ଷୀ ପ୍ରଭାବିତ ହେବା ସହ ଜଳଚର ଜୀବ ଓ ଏହାର ଚତୁଃପାର୍ଶ୍ୱରେ ଥିବା ଗ୍ରାମର ମତ୍ସଜୀବୀମାନେ ମଧ୍ୟ ପ୍ରଭାବିତ ହେବେ। ଏନେଇ ସେପ୍ଟେମ୍ବର ୪ତାରିଖରେ ସିଡିଏ ପକ୍ଷରୁ ଏଏଆଇକୁ ଜଣାଇ ଦିଆଯାଇଥିଲା।

ଗତ ୭ ତାରିଖରେ କେନ୍ଦ୍ର ସରକାରଙ୍କ ସହ ଭିଡିଓ କନଫରେନ୍ସିଂ ବେଳେ ରାଜ୍ୟ ସରକାର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରୋଜେକ୍ଟରୁ ଓହରିଥିବା ଜଣାଇଛନ୍ତି।

 



from Odisha Reporter https://ift.tt/2MkkdNb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages