ଗଣେଶ ପୂଜାରେ ଘରେ ପ୍ରସ୍ତୁତ କରନ୍ତୁ କାଜୁ ବର୍ଫି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଗଣେଶ ପୂଜାରେ ଘରେ ପ୍ରସ୍ତୁତ କରନ୍ତୁ କାଜୁ ବର୍ଫି

ଆବଶ୍ୟକ ସାମଗ୍ରୀ: କାଜୁ, ଚିନି, ଗୁଜୁରାତି ଗୁଣ୍ଡ ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାଜୁକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ। ଧ୍ୟାନ ଦିଅନ୍ତୁ କାଜୁ ଯେମିତି ଅଧିକ ପେଶି ହୋଇ ନଯାଏ।

ବର୍ତ୍ତମାନ ଏକ କଡ଼େଇରେ ଆବଶ୍ୟକ ପରିମାଣର ଚିନି ନେଇ ସେଥିରେ ପାଣି ଦେଇ କମ୍‌ ଆଞ୍ଚରେ ଫୁଟାନ୍ତୁ। ଚିନି ପାଣିରେ ମିଳେଇଯିବା ପର୍ଯ୍ୟନ୍ତ ଚାମଚ ସାହାଯ୍ୟରେ ଏହାକୁ ଲଗାତାର ଭାବେ ଗୋଳାନ୍ତୁ।

ଚିନି ଓ ପାଣି ମିଶ୍ରଣ ଟିକେ ବହଳିଆ ହୋଇ ଆସିଲେ, ଏଥିରେ କାଜୁ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। ବର୍ତ୍ତମାନ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ମିଶ୍ରଣ ଯନ୍ତୁଣି ରୂପ ନେଇ ଗଲେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତି। ମନେ ରଖିବେ ମିଶ୍ରଣ ଯନ୍ତୁଣି ହେବା ପର୍ଯ୍ୟନ୍ତ ଆପଣ ତାହାକୁ ଗୋଳାଉ ଥିବେ। ନ ହେଲେ ତାହା କଡ଼େଇରେ ଲାଗି ଯିବ। ସେହିଭଳି ଅଧିକ ସମୟ ଯାଏ ଏହାକୁ ରାନ୍ଧନ୍ତୁ ନାହିଁ, ନଚେତ୍ କାଜୁ ବର୍ଫି ଟାଣ ହୋଇଯିବ।

ବର୍ତ୍ତମାନ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ପରେ ଏକ ଥାଳି ପଛରେ ଭଲ ଭାବେ ଘିଅ ଲଗାଇ କାଜୁ ମିଶ୍ରଣକୁ ତା’ଉପରେ ପକାଇ ଦିଅନ୍ତୁ।

ବର୍ତ୍ତମାନ ଏହାକୁ ରୁଟି ପରି ବେଲନ୍ତୁ। ବେଲିସାରିବା ପରେ ଏହାକୁ ଛୁରୀ ସହାଯ୍ୟରେ ନିଜ ମନ ପସନ୍ଦର ଆକୃତିରେ କାଟି ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ କାଜୁ ବର୍ଫି। ନିଜେ ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ। ଆପଣ ଚାହିଁଲେ ଏହା ଉପରେ ମିଠାରେ ବ୍ୟବହାର ହେଉଥିବା ସିଲଭର୍‌ ପେପର୍‌ ଲଗାଇ ପାରିବେ।



from Odisha Reporter https://ift.tt/2Odkljj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages