ଭାରତଠାରୁ ହାରିବା ପରେ ବାଂଲାଦେଶକୁ ବିରାଟଙ୍କ ସ୍ୱତନ୍ତ୍ର ଶୁଭେଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଭାରତଠାରୁ ହାରିବା ପରେ ବାଂଲାଦେଶକୁ ବିରାଟଙ୍କ ସ୍ୱତନ୍ତ୍ର ଶୁଭେଚ୍ଛା

ଦୁବାଇ: ଏସିଆ କପ୍‌ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆଠାରୁ ବାଂଲାଦେଶ ୩ ୱିକେଟ୍‌ରେ ହାରିଛି। ଏହି ବିଜୟ ସହ କ୍ରମାଗତ ୨ ଥର ଏବଂ ସମୁଦାୟ ୭ମ ଥର ପାଇଁ ଟିମ୍‌ ଇଣ୍ଡିଆ ଏସିଆ କପ୍‌ରେ ଚାମ୍ପିୟନ୍‌ ହେବାର ଗୌରବ ହାସଲ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆ ପାଇଁ ସୋଶାଲ୍‌ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି।

ଏହିକ୍ରମରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସେ ଟିମ୍‌ ଇଣ୍ଡିଆ ବ୍ୟତୀତ ବାଂଲାଦେଶ ଯେଉଁଭଳି ଖେଳ ପ୍ରଦର୍ଶନ କଲା, ତାକୁ ସ୍ୱତନ୍ତ୍ର ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍‌ରରେ କହିଛନ୍ତି, “ବାଂଲାଦେଶକୁ ଶୁଭେଚ୍ଛା। ବାଂଲାଦେଶ ଟିମ୍‌ ଇଣ୍ଡିଆକୁ କଡ଼ା ଟକ୍କର ଦେଲା। ବାଂଲାଦେଶ ବହୁତ ଭଲ ଖେଳ ପ୍ରଦର୍ଶନ କରିଛି।”

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୨୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ତେବେ ୨୨୩ ରନ୍‌ର ଛୋଟିଆ ଲକ୍ଷ୍ୟ ପାଇଥିବା ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ପୂରା ୫୦ ଓଭର ଖେଳି ଶେଷ ବଲ୍‌ରେ ହିଁ ମ୍ୟାଚ୍‌ ଜିତିଥିଲା। ସେହିପରି ୨୨୩ ରନ୍‌ର ଲକ୍ଷ୍ୟ ହାସଲ କରିବାକୁ ଭାରତ ୭ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ହରାଇଥିଲା। ତେଣୁ ଟିମ୍‌ ଇଣ୍ଡିଆ ଅପେକ୍ଷା ବାଂଲାଦେଶ ଅଧିକ ଭଲ ଖେଳିଥିଲା ବୋଲି କେତେକ ମତ ଦେଇଛନ୍ତି।



from Odisha Reporter https://ift.tt/2InOVEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages