୫ରେ ଅତିରିକ୍ତ ବଜେଟ୍, ଆସିବ ୪ ବିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

୫ରେ ଅତିରିକ୍ତ ବଜେଟ୍, ଆସିବ ୪ ବିଲ୍

Odisha-Assembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ତେବେ ପ୍ରଥମ ଦିନରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ଗୃହରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ଆଗତ ହେବ। ସ୍ୱର୍ଗତ ବାଜପେୟୀଙ୍କ ସମେତ ବିଧାନସଭାର ଦିବଂଗତ ପୂର୍ବତନ ସଦସ୍ୟଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆସିବ ଓ ସଂକ୍ଷିପ୍ତ ଆଲୋଚନା ପରେ ଗୃହ କାର୍ଯ୍ୟକୁ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖାଯିବ।

୫ତାରିଖରେ ଗୃହରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨୮୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ ହେବ। ୬ ତାରିଖରେ ବିଧାନ ପରିଷଦ ଗଠନ ନିମନ୍ତେ ସଂକଳ୍ପ ପ୍ରସ୍ତାବ ଆସିବ।

ଆଜି ସନ୍ଧ୍ୟାରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସି ଏହି ୧୧ଦିନିଆ ମୌସୁମୀ ଅଧିବେଶନ ପାଇଁ ରଣନୀତିକୁ ଚୂଡ଼ାନ୍ତ କରାଯାଇଛି।

ତେବେ ଏହି ଅଧିବେଶନରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧନ) ବିଲ୍-୨୦୧୮, ଓଡ଼ିଶା ମନ୍ତ୍ରୀଙ୍କ ଦରମା, ଭତ୍ତା ଓ ପେନସନ(ଦ୍ୱିତୀୟ ସଂଶୋଧନ) ବିଲ୍ -୨୦୧୮, ଗାନ୍ଧି ଇଞ୍ଜିନିୟରିଂ କଲେଜ ଓ ଟେକ୍ନୋଲଜି ବିଶ୍ୱବିଦ୍ୟାଳୟ ବିଲ୍-୨୦୧୮ ଏବଂ ଓଡ଼ିଶା ସମବାୟ ସୋସାଇଟି(ସଂଶୋଧନ) ବିଲ୍-୨୦୧୮ ଆସିବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2PsEJNw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages