ଜଣେ ଡାକ୍ତର ହେବେ ପାକିସ୍ତାନର ରାଷ୍ଟ୍ରପତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ଜଣେ ଡାକ୍ତର ହେବେ ପାକିସ୍ତାନର ରାଷ୍ଟ୍ରପତି!

arif_alvi

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

ବର୍ତ୍ତମାନ ପାକିସ୍ତାନର ରାଷ୍ଟ୍ରପତି ଥିବା ମାମନୁନ ହୁସେନଙ୍କ କାର୍ଯ୍ୟକାଳ ସେପ୍ଟେମ୍ୱର ୯ ତାରିଖରେ ଶେଷ ହେବାକୁ ଯାଉଛି। ତେଣୁ ଏବେ ନଜର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ଉପରେ ରହିଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ତ୍ରିକୋଣୀୟ ଲଢ଼େଇ ହେଉଛି। ତେବେ ବିରୋଧୀ ଦଳଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ପ୍ରାର୍ଥୀ ଡାକ୍ତର ଆରିଫ୍‌ ଅଲବୀଙ୍କ ପଲ୍ଲା ଭାରି ରହିଛି।

ଡାକ୍ତର ଆରିଫ୍ ଅଲବୀଙ୍କ ବ୍ୟତୀତ  ଆଉ ୨ ଜଣ ଏହି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ପାକିସ୍ତାନରେ ଏକ ଆଲୋଚନା ହେଉଛି ଯେ ଜଣେ କ୍ରିକେଟର୍‌ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ବେଳେ ଜଣେ ଡାକ୍ତର ରାଷ୍ଟ୍ରପତି ହେବେ।  ଇମ୍ରାନ୍‌ଙ୍କ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଆରିଫ୍ ଅଲବୀ ପେସାରେ ଜଣେ ଦାନ୍ତ ଡାକ୍ତର।

ଡାକ୍ତର ଆରିଫ୍ ୨୦୦୧ରେ ଦଳର ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ। ୨୦୧୩ରେ ସେ ସିନ୍ଧ ପ୍ରଦେଶରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

 



from Odisha Reporter https://ift.tt/2PYLdoz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages