
ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ପୂଜାପାଠ, ଖିଆପିଆ ଓ ନାଚଗୀତର ତାଳେ ତାଳେ ଉଠିବ ପଡ଼ିବ ପଶ୍ଚିମ ଓଡ଼ିଶା।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠ ବି ଚଳଚଞ୍ଚଳ। ଆଜି ଭୋର ସାଢ଼େ ୪ଟାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ଖୋଲିଛି। ନୂଆଶାଢ଼ି ସହ ଅଳଙ୍କାର ଧାରଣ ପରେ ଆରମ୍ଭ ହୋଇଛି ରୀତିନୀତି।
ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। ତା’ପରେ ମାଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜ ନିଜ ଘରେ ସମସ୍ତେ ନୂଆ ଖାଇବେ।
ବର୍ଷକରେ ଥରେ ସମସ୍ତେ ଏହି ପର୍ବରେ ଏକାଠି ହୋଇଥାନ୍ତି। ନୂଆ ଶସ୍ୟରେ ପ୍ରସ୍ତୁତ କ୍ଷୀରି, ପିଠା ଆଦି ନୈବେଦ୍ୟ ଅର୍ପଣ କରାଯିବା ସମସ୍ତେ ପ୍ରସାଦ ପାଇଥାନ୍ତି। ଘରେ ଘରେ ପ୍ରସ୍ତୁତ ହୋଇଥିବା ଭଳିକି ଭଳି ପିଠା ଓ ମିଠା ସାଙ୍ଗକୁ ସୁସ୍ୱାଦୁ ବ୍ୟଞ୍ଜନକୁ ଏକାସହ ବସି ମଜା ଉଠାଇଥାନ୍ତି ପରିବାର ଲୋକେ।
from Odisha Reporter https://ift.tt/2NHJxRR
No comments:
Post a Comment