ଗାଁରେ ଗର୍ଜିଲେ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଗାଁରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ସ୍ତରକୁ ବ୍ୟାପିଛି ଶିକ୍ଷକ ଆନ୍ଦୋଳନ। ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ୩୩ ଦିନ ଧରି ଆନ୍ଦୋଳନ କରୁଥିବା ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ସଂଘ ଆଜିଠାରୁ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶୋଭାଯାତ୍ରା ସହ ମିଳିତ ମଞ୍ଚ ପକ୍ଷରୁ ଅଭିଭାବକ, ଛାତ୍ରଛାତ୍ରୀ ଆନ୍ଦୋଳନ ସମ୍ପର୍କରେ ବୁଝାଯାଉଛି। ଆନ୍ଦୋଳନକୁ ସମର୍ଥନ କରିବାକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ସହଯୋଗ ଲୋଡ଼ିଛି ଶିକ୍ଷକ ସମାଜ।

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ ପ୍ରଭୃତି ଦାବି ନେଇ ଅଗଷ୍ଟ ୧୬ ତାରିଖରୁ ଧାରଣାରେ ବସିଛି ସଂଘ। ଏପରିକି ବିଧାନସଭାରେ ଏ ପ୍ରସଙ୍ଗ ଉଠିବା ପରେ ଶିକ୍ଷକଙ୍କ ସହ ଆଲୋଚନା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି। ତେବେ ଏହି ବୈଠକ ବିଫଳ ହେବା ପରେ ଆନ୍ଦୋଳନ ଚାଲୁ ରହିଛି।

ପଞ୍ଚାୟତ ସ୍ତରରେ ଆଗାମୀ ତିନି ଦିନ ଧରି ଆନ୍ଦୋଳନ ପରେ ଆସନ୍ତା ଗୁରୁବାର ଭୁବନେଶ୍ୱରରେ ପୁଣି ଏକ ମହାସମାବେଶ ହେବ ବୋଲି ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2NjVMEX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages