ରିସ୍କ ନେଲେ, ପ୍ରଶଂସିତ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ରିସ୍କ ନେଲେ, ପ୍ରଶଂସିତ ହେଲେ

gautam

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ୩୬ ବର୍ଷ ହେଲାଣି। ଏ ବୟସରେ ବି ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ଆଶା ଛାଡ଼ି ନାହାନ୍ତି।

ଚଳିତ ବିଜୟ ହଜାରେ କପ୍‌ରେ ସେ ଦିଲ୍ଲୀ ଟିମ୍‌ର ନେତୃତ୍ୱ ନେଉଛନ୍ତି। ଶୁକ୍ରବାର ଦିନ ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମରେ କେରଳ ବିପକ୍ଷ ମ୍ୟାଚ୍‌ରେ ସେ ୧୦୪ଟି ବଲ୍‌ରେ ୧୫୧ ରନ୍ କରିଥିଲେ। ଏଥିରେ ୧୮ଟି ଚୌକା ଓ ୪ଟି ବଡ଼ ଛକ୍କା ସାମିଲ ଥିଲା।

ଇଂନିସ୍‌ରେ ଆହୁରି ୧୦ ଓଭର ବାକି ଥିବା ବେଳେ ସେ ୧୫୧ ରନ୍ କରି ପଡ଼ିଆ ଛାଡ଼ି ଦେଇଥିଲେ। ଏହା ଅନେକଙ୍କୁ ବିସ୍ମିତ କରିଥିଲା। ଦ୍ୱିତଶକୀୟ ପାଳି ଖେଳିବା ପାଇଁ ତାଙ୍କ ପାଖରେ ଏକ ଭଲ ସୁଯୋଗ ଥିଲା। ଏମିତି ନୁହେଁ ଯେ କେରଳର ବୋଲରମାନେ ଖରାପ ବୋଲିଂ କରୁଥିଲେ। ଗମ୍ଭୀର ଭଲ ଖେଳୁ ଥିଲେ।

ତେବେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ସୁଯୋଗ ଦେବାକୁ ସେ ଫିଲ୍ଡ ଛାଡ଼ି ଦେଇଥିଲେ। ସେ ପଡ଼ିଆ ଛାଡ଼ିବା ପରେ ସ୍କୋରବୋର୍ଡ ତାଙ୍କ ନାଁ ପାଖରେ ରିଟାୟର୍ଡ ଆଉଟ୍‌ ବୋଲି ଲେଖାଯାଇଥିଲା।

ସେ କ୍ରିଜ୍‌ରେ ନଥିଲେ ବି ତାଙ୍କ ଦଳ ଭଲ ଖେଳିଥିଲା। ୩ ୱିକେଟ୍ ହରାଇ ଦଳ ୩୯୨ ରନ୍ କରିଥିଲା।

ଶେଷ ୧୦ ଓଭରରେ ଦଳ ୯୭ ରନ୍ ସଂଗ୍ରହ କରିଥିଲେ। ଧ୍ରୁବ ଶୋରେ ନଟ୍‌ଆଉଟ୍ ରହି ୯୯ ରନ୍ କରିଥିଲେ।

ଅନ୍ୟପକ୍ଷରେ କେରଳ ଟିମ୍ ୫୦ ଓଭରରେ ମାତ୍ର ୨୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ସେମାନେ ୧୬୫ ରନ୍‌ରେ ପରାଜିତ ହୋଇଥିଲେ।

ରିସ୍କ ନେଇ ଜୁନିଅର ଖେଳାଳିମାନଙ୍କୁ ସୁଯୋଗ ଦେଇଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।



from Odisha Reporter https://ift.tt/2xNHcvH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages