
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁଣୁପୁର ଆଇଟିଡିଏର କନିଷ୍ଠ ଇଞ୍ଜିନିଅର (ଜେଇ) ଗଗନ ପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି।
ବ୍ରହ୍ମପୁରର ସିର୍ଦ୍ଧାଥ ନଗର ସ୍ଥିତ ତାଙ୍କର ତିନି ମହଲା କୋଠାରେ ଚଢ଼ଉ ହୋଇଛି। ତା’ସହିତ ବ୍ରହ୍ମପୁରରେ ଥିବା ତାଙ୍କ ପୈତୃକ ଘର ଏବଂ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି।
ସିର୍ଦ୍ଧାଥ ନଗର ସ୍ଥିତ ତାଙ୍କ ବାସଭବନରୁ ଭିଜିଲାନ୍ସ ନଗଦ ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହା ବ୍ୟତୀତ ୬ଲକ୍ଷ ଟଙ୍କାର ସୁନାଅଳଙ୍କାର ଜବତ କରାଯାଇଥିବା ଜଣାପଡ଼ିଛି।
ଗଗନଙ୍କ ଗୁଣୁପୁର କାର୍ଯ୍ୟାଳୟ ଏବଂ ମୁନିଗୁଡ଼ା ସରକାରୀ ଘରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ। ସେଠାରୁ ୨ଲକ୍ଷ ୩୦ ହଜାର ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି।
from Odisha Reporter https://ift.tt/2PNG9ST
No comments:
Post a Comment