
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ପେଟ୍ରୋଲ ଓ ଡିଜେଲ ଦର ଅଣାୟତ୍ତ ହୋଇ ସର୍ବକାଳୀନ ରେକର୍ଡ ଭାଙ୍ଗିିବା ପ୍ରତିବାଦରେ ବିଜେଡି ପକ୍ଷରୁ ରାଜ୍ୟରେ ୩ଦିନିଆ ଆନ୍ଦୋଳନ ଚାଲିଥିବାବେଳେ କଂଗ୍ରେସ ଓ ବାମଦଳ ପକ୍ଷରୁ ୧୦ତାରିଖରେ ବନ୍ଦ ଡାକରା ଦିଆଯାଇଛି।
ସୂଚନା ଅନୁସାରେ, ତୈଳଦର ବୃଦ୍ଧି ପ୍ରତିବାଦରେ ଚଳିତମାସ ୧୦ତାରିଖରେ କଂଗ୍ରେସ ପକ୍ଷରୁ ସର୍ବଭାରତୀୟସ୍ତରରେ ବନ୍ଦ ଡାକରା ଦିଆଯାଇଛି। ପ୍ରଭାବଶାଳୀ ଢଙ୍ଗରେ ଭାରତ ବନ୍ଦ ପାଳନ କରିବା ପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିକୁ ନିର୍ଦ୍ଦେଶ ମିଳିଛି। ବାମଦଳ ମଧ୍ୟ ସେହିଦିନ ଓଡ଼ିଶା ସମେତ ସମଗ୍ର ଦେଶରେ ଧର୍ମଘଟ କରିବ।
ତେବେ ସମାନ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବାମଦଳର ଆନ୍ଦୋଳନ ଡାକରାରେ ବିଜେଡି ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି।
ଯଦିଓ ବିଜେପି ସହ ଗୋପନ ମଧୁଚନ୍ଦ୍ରିକାରେ ବ୍ୟସ୍ତ ବିଜେଡି ତୈଳଦର ବୃଦ୍ଧି ପ୍ରତିବାଦରେ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ଧାରଣା ଓ ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ହାତକୁ ନେଇଛି, ତଥାପି କଂଗ୍ରେସ ଓ ବାମଦଳର ଆନ୍ଦୋଳନରେ ସାମିଲ ହୋଇ ନିର୍ବାଚନୀ ବର୍ଷରେ ବିଜେପି ନେତୃତ୍ୱଙ୍କ ରୋଷର ଶିକାର ହେବାକୁ ଚାହୁଁନଥିବା ଜଣାପଡ଼ିଛି।
ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା
ଏପଟେ ବିଜେଡିର ଆଜି ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ଧାରଣା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତୈଳ ଦର ଉପରୁ କେନ୍ଦ୍ର ସରକାର ୨ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବାବେଳେ ରାଜ୍ୟର କୁହାଳିଆ ଅର୍ଥମନ୍ତ୍ରୀ ବିରୋଧ କରିଥିଲେ। ରାଜ୍ୟ ସରକାର ନିଜର ଟିକସ ହ୍ରାସ କରନ୍ତୁ। ୨୦୧୪ରେ ରାଜ୍ୟ ସରକାର ତୈଳ ରାଜସ୍ୱ ଭାବେ ବାର୍ଷିକ ୩ହଜାର କୋଟି ଟଙ୍କା ପାଉଥିବାବେଳେ ଏବେ ଏହା ୧୩୯ ପ୍ରତିଶତ ବୃଦ୍ଧି ପାଇଛି ଓ ରାଜ୍ୟ ସରକାର ପ୍ରାୟ ୭ହଜାର କୋଟି ଟଙ୍କା ତୈଳ ରାଜସ୍ୱ ପାଉଛନ୍ତି। ତେଣୁ ବିଜେଡି ସରକାର ଡ୍ରାମା ନକରି ନେଉଥିବା ଟିକସ ହ୍ରାସ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଛନ୍ତି।
ସୂଚନାଯୋଗ୍ୟ ତୈଳ ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୭.୩୯ ଟଙ୍କା ଛୁଇଁଲାଣି । ଯାହାକି ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଛି ।
from Odisha Reporter https://ift.tt/2wQO8Hc
No comments:
Post a Comment