
ଗାନ୍ଧିନଗର: ଗୁଜରାଟର ଗିର୍ ଜାତୀୟ ଉଦ୍ୟାନରୁ ୧୧ଟି ଏସିଆଟିକ୍ ସିଂହଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୧୧ଦିନ ଭିତରେ ଏହି ସିଂହମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମରିଥିବା ସିଂହଙ୍କ ମଧ୍ୟରେ ତିନିଟି ମହିଳା ବୟସ୍କ ସିଂହ, ଦୁଇଟି ପୁରୁଷ ସିଂହ ଓ ୬ଟି ଛୁଆ ଥିବା ଜଣାପଡ଼ିଛି।
ସରକାରଙ୍କ ତରଫରୁ କୁହାଯାଇଛି ଯେ ଫୁସ୍ଫୁସ୍ ସଂକ୍ରମଣରେ କିଛି ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ନିଜ ନିଜ ମଧ୍ୟରେ ଲଢ଼େଇ ଲାଗି ପ୍ରାଣ ହରାଇଛନ୍ତି।
କୁହାଯାଉଛି ମୋଟ ୧୨ଟି ସିଂହଙ୍କ ମୃତ୍ୟୁ ଘଟିଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।
ସିଂହ ମୃତ୍ୟୁ ନେଇ ଗୁଜରାଟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏସିଆଟିକ୍ ସିଂହଙ୍କ ସଂଖ୍ୟା ବହୁତ କମ୍। ଏମାନଙ୍କ ବଂଶ ଲୋପ ପାଇ ଆସିଲାଣି। ଯେଉଁ ଅଳ୍ପ ସ୍ଥାନରେ ଏମାନଙ୍କ ସତ୍ତା ରହିଛି, ତା’ଭିତରୁ ଗିର୍ ଜାତୀୟ ଉଦ୍ୟାନ ଅନ୍ୟତମ। ୨୦୧୫ ମସିହାର ଗଣନା ଅନୁସାରେ ଏଠାରେ ୫୨୩ଟି ଏସିଆଟିକ୍ ସିଂହ ଅଛନ୍ତି।
from Odisha Reporter https://ift.tt/2OHQyQb
No comments:
Post a Comment