ଘର ଲୋକେ ଲୁଚାଇଥିଲେ, କିନ୍ତୁ ହଠାତ୍ ଦିନେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଘର ଲୋକେ ଲୁଚାଇଥିଲେ, କିନ୍ତୁ ହଠାତ୍ ଦିନେ…

father

ନୂଆଦିଲ୍ଲୀ: ଯଦି କେହି ଆପଣାର ଲୋକ ଦୀର୍ଘ ବର୍ଷ ହେବ ନିଖୋଜ ଥିବେ ଓ ହଠାତ୍ ତାଙ୍କ ସହ ସାକ୍ଷାତ ହୋଇଯିବ, ତା’ହେଲେ ସେହି ସମୟର ଅନୁଭୂତିକୁ ଶଦ୍ଦରେ ପ୍ରକାଶ କରିବା କଷ୍ଟକର ହୋଇପଡ଼ିବ!

ଏବେ ସୋଶାଲ୍ ମିଡିଆରେ ଏମିତି ଏକ ମୁହୂର୍ତ୍ତର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଅଛନ୍ତି।

fatherଏହି ବ୍ୟକ୍ତି ଜଣଙ୍କ ୧୦ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ଏମିତି କଥା ତାଙ୍କ ପୁଅକୁ କୁହାଯାଇଥିଲା। କିନ୍ତୁ ସେଦିନ ତାଙ୍କ ପୁଅ ତାଙ୍କୁ କଏଦୀ ଭାବେ ଏକ ଜେଲ୍‌ରେ ଦେଖିବାକୁ ପାଇଥିଲେ। ବାପାଙ୍କୁ ଜେଲ୍‌ରେ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ କାନ୍ଦି ମଧ୍ୟ ପକାଇଥିଲେ। ସେ ବାପାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।

ଫଟୋଟି ଥାଇଲାଣ୍ଡର ବୋଲି କୁହାଯାଇଛି।  ସେଠାକାର ଏକ ସ୍କୁଲର ପିଲାମାନଙ୍କୁ ‘ମୋରାଲ୍ ଏଜୁକେସନ୍‌ ଆକ୍ଟିଭିଟି’ ପାଇଁ ଜେଲ୍‌ ପରିଦର୍ଶନରେ ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ବିଟା ନାମକ ଜଣେ ଛାତ୍ର ଥିଲେ। ସେହି  ଜେଲ୍‌ରେ ବାପାଙ୍କୁ କଏଦୀ ଭାବେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବିଟାଙ୍କୁ ତାଙ୍କ ଘର ଲୋକେ କେବେ ବି କହି ନଥିଲେ ଯେ ତାଙ୍କ ବାପା ଜେଲ୍‌ରେ ଅଛନ୍ତି। ତାଙ୍କ ବାପା ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କୁ କୁହାଯାଇଥିଲା। ବାପାଙ୍କୁ ଦେଖିବା ପରେ ସେ ବହୁତ କାନ୍ଦିଥିଲେ।

ବାପା-ପୁଅଙ୍କ ଏହି ମିଳନ ମୁହୂର୍ତ୍ତର ଫଟୋ ଅରୋମ ଖୁନ୍‌ମୋଙ୍ଗ୍‌ ନାମକ ଜଣେ ବ୍ୟକ୍ତି ସେପ୍ଟେମ୍ୱର ୫ ତାରିଖରେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଅପଲୋଡ୍ କରିଥିଲେ। ଏହାପରେ ତାଙ୍କର ଏହି ପୋଷ୍ଟ୍‌ ଭାଇରାଲ୍ ହେବାରେ ଲାଗିଛି।



from Odisha Reporter https://ift.tt/2M2YaKQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages