
ନୂଆଦିଲ୍ଲୀ: ସ୍ୱାମୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଅବଶ୍ୟ କିଛି ସମୟ ପରେ ପୁଣି ସ୍ଥିତି ସାମାନ୍ୟ ହୋଇଯାଇଥିଲା। ସ୍ତ୍ରୀଙ୍କ ମୁଡ୍ ଠିକ୍ ହୋଇଯାଇଥିବା ଦେଖି ସ୍ୱାମୀ ଯାଇ ତାଙ୍କୁ ଏକ ଚୁମା ଦେଇଥିଲ। ତେବେ ସ୍ୱାମୀଙ୍କ ଆଖି ଧୋକା ଖାଇ ଯାଇଥିଲା। କାରଣ ସ୍ତ୍ରୀଙ୍କ ରାଗ ଥଣ୍ଡା ହୋଇ ନଥିଲା। ଯେମିତି ସେ ଚୁମା ଦେଇଛନ୍ତି, ସ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କ ଜିଭକୁ କାଟି ପକାଇଲେ।
ସେ ଏବେ ଡାକ୍ତରଖାନାରେ ଅଛନ୍ତି। ତାଙ୍କ ଜିଭ ଅଧା କଟି ଯାଇଛି। ତେବେ ସେ ଆଉ କଥା କହିପାରିବେ କି ନାହିଁ, ତାକୁ ନେଇ ଡାକ୍ତରମାନେ ସନ୍ଦେହ ପ୍ରକାଶ କରିଛନ୍ତି।
ଶନିବାର ରାତିରେ ଏହି ଘଟଣାଟି ଘଟିଛି ଦିଲ୍ଲୀର ରନହୋଲା ଅଞ୍ଚଳରେ। ସ୍ୱାମୀଙ୍କ ଜିଭ କାଟି ଦେଇଥିବା ଏହି ମହିଳା ଜଣଙ୍କ ଏବେ ଗର୍ଭବତୀ ଅଛନ୍ତି।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଆଠମାସର ଗର୍ଭବତୀ ଅଛନ୍ତି। ଦୁଇ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ତେବେ ସେମାନଙ୍କ ମଧ୍ୟରେ ସବୁ ବେଳେ କଳିଝଗଡ଼ା ହେଉଥିଲା। ଏ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଭଲ ପାଉ ନଥିଲେ। ତାଙ୍କର ଅଭିଯୋଗ ଯେ ତାଙ୍କ ସ୍ୱାମୀ ଦେଖିବାକୁ ସୁନ୍ଦର ନୁହନ୍ତି। ଖାସ୍ ସେଥିପାଇଁ ସେ କୁଆଡ଼େ ତାଙ୍କ ସହିତ ସବୁବେଳେ ଝଗଡ଼ା କରୁଥିଲେ।
ପୁଲିସ୍ ଉକ୍ତ ମହିଳାଙ୍କୁ ଗିରଫ କରିଛି।
from Odisha Reporter https://ift.tt/2Q0YRql
No comments:
Post a Comment