
ଚେହେରା ସୁନ୍ଦର ଦିଶିବା ପାଇଁ ଝିଅମାନେ କେତେ କ’ଣ ବ୍ୟବହାର କରୁଛନ୍ତି। ଫେସିଆଲ , ଫେସ୍ମାସ୍, କ୍ରିମ୍, ମୋସନ ଏମିତି କେତେ କ’ଣ ଲଗାଉଛନ୍ତି। ତେବେ ଆପଣ ଯେତେ ଯାହା ପ୍ରଡକ୍ଟ ବ୍ୟବହାର କରୁଛନ୍ତି ପୁଦିନାର ଠିକ୍ ସେହି ଭଳି ଗୁଣ ଭରି ରହିଛି। ପୁଦିନା ଜଡ଼ିବୁଟି କହିଲେ ଭୁଲ ହେବ ନାହିଁ। ଯାହାକୁ ବ୍ୟବହାର କଲେ ଆପଣଙ୍କ ଚେହେରାର ମଇଳା ଦୂର ହୋଇପାରିବ ।
ଏହା ଦ୍ୱାରା ଆପଣ ଅଧିକ ସୁନ୍ଦର ଦେଖାଯିବେ। ଖାଲି ଏତିକି ନୁହଁ ପୁଦିନାର ଅନେକ ଔଷଧୀୟ ଗୁଣ ଭରି ରହିଛି। ଯଦି ପୁଦିନାର ରସକୁ ଯଦି ଆପଣ କେଶରେ ଲଗାଇବେ ଏହା ବଢ଼ିଥାଏ। ଏପରିକି ବାଳ ଝଡ଼ିବା କମ୍ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ଘିମିରି ବାହାରୁଛି ଥାଏ କିମ୍ବା କୁଷ୍ଢାଇ ହେଉ ଥାଏ ତେବେ ଆପଣ ପୁଦିନା ରସକୁ ସେହି ଜାଗାରେ ଲଗାପାରିବେ। ଯଦିଓ ପୁଦିନାରୂ ରସ ଲଗାଇବା ଦ୍ୱାରା ସାମାନ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ନିୟମିତ ପୁଦିନା ପତ୍ରର ରସ ମୁହଁରେ ଲାଗାଇଲେ ଖୁବ୍ କମ୍ ଦିନରେ ଆପଣ ଗୋରା ଦେଖାଯିବେ। ତା’ସହିତ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ପୁଦିନାରେ ଭିଟାମିନ୍ ‘ଏ’ ଏବଂ ଭିଟାମିନ୍ ‘ସି’ ରହିଛି। ପୁଦିନା ରସ ପିଇବା ଦ୍ୱାରା ହାଡ଼ ମଜଭୁତ୍ ହୋଇଥାଏ। ଏହା ଦ୍ୱାରା ଯଦି ଆପଣଙ୍କ ଶରୀରରେ ଅର୍ଥରାଇଟ୍ସ ( arthritis) ସମସ୍ୟା ଅଛି ତା’ହେଲେ ଏହା ଦୂର ହୋଇପାରିବ।
ଏହାର ରସକୁ ଚାହା କରି ପିଇଲେ ମାଈଣ୍ଡ ରିଲାକ୍ସ ହୋଇଥାଏ। ପୁଦିନା ପତ୍ର କିଡନୀ ପାଇଁ ଖୁବ୍ ଉପକାରୀ। ଏହାର ଯେଉଁ ତତ୍ୱ ରହିଛି ଏହା ଆମ ଶରୀରରେ ଥିବା ଅତିରିକ୍ତ ଲୁଣ ଓ ଅପରିସ୍କାର ପଦାର୍ଥକୁ ନିର୍ଗତ କରିବାରେ ସହାୟକ ହୋଇଥାଏ। ଯେଉଁଥିପାଇଁ ଆମର କିଡନୀ ଠିକ୍ ଭାବେ ଫଙ୍କସନ୍ କରିଥାଏ। ସେହିପରି ହଜମ ଶକ୍ତିକୁ ତ୍ୱାରାନିତି କରିଥାଏ ପୁଦିନା। ଯଦି ଆପଣ ହେଭି ଫୁଡ୍ ଖାଇଛନ୍ତି ତେବେ ଆପଣ ପୁଦିନା ରସ ପିଇ ପାରିବେ। ଏଥିସହ ପୁଦିନା ଯୋଗୁ ଏସିଡିଟି ସସମସ୍ୟା ମଧ୍ୟ ଦୂର ହୋଇଥାଏ।
from Odisha Reporter https://ift.tt/2IaJ0D3
No comments:
Post a Comment