ଏସ୍‌ସି/ଏସ୍‌ଟି ଆକ୍ଟ ସଂଶୋଧନକୁ ନେଇ ଭାରତ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଏସ୍‌ସି/ଏସ୍‌ଟି ଆକ୍ଟ ସଂଶୋଧନକୁ ନେଇ ଭାରତ ବନ୍ଦ

ନୂଆଦିଲ୍ଲୀ:ଏସ୍‌ସି/ ଏସ୍‌ଟି ଅତ୍ୟାଚାର ନିରୋଧ ଆଇନ (Prevention of Atrocities)ର ସଂଶୋଧନକୁ ବିରୋଧ କରି ଆଜି ପୁଣି ଥରେ ଦେଶ ବ୍ୟାପି ଭାରତ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନକୁ ୪୦ଟି ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରିଛନ୍ତି। ଆଜି ଦେଶର କେତେକ ସ୍ଥାନରେ ସ୍କୁଲ କଲେଜ ବନ୍ଦ ରହିବା ସହ ସାନି ହିଂସା ମଧ୍ୟ ଉପୁଜିଛି।

ବିହାର ଏବଂ ମଧ୍ୟପ୍ରଦେଶରେ କେତେକ ସ୍ଥାନରେ ଟ୍ରେନ୍‌ ଏବଂ ବସ ଚଳାଚଳ ବ୍ୟାହତ ହୋଇଛି। ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଧ୍ୟପ୍ରଦେଶର କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧିତ ବିଲ୍‌ ସଂସଦରେ ପାସ୍‌ ହୋଇଥିଲା ସୁପ୍ରିମ୍‌କୋର୍ଟ ମାର୍ଚ୍ଚ ୨୦ରେ ଏସ୍‌ସି/ଏସ୍‌ଟି ଆଇନ୍‌ରେ କେତେକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କୁ ଏହି ଆଇନ୍‌ ବଳରେ ତୁରନ୍ତ ଗିରଫ ନ କରିବାକୁ ରୁଲିଂ ଦେଇଥିଲେ। ତେବେ ସରକାର ସମ୍ପୃକ୍ତ ଆଇନ୍‌ରେ ଆଉ କେତେକ ପରିବର୍ତ୍ତନ ଆଣିଥିବାରୁ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି।



from Odisha Reporter https://ift.tt/2Q6FiO6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages