ଚନ୍ଦ୍ରପୃଷ୍ଠକୁ ବୁଲିବାକୁ ଯିବେ ଏହି ଉଦ୍ୟୋଗପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଚନ୍ଦ୍ରପୃଷ୍ଠକୁ ବୁଲିବାକୁ ଯିବେ ଏହି ଉଦ୍ୟୋଗପତି

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠକୁ ବୁଲିବାକୁ ଯିବା ପାଇଁ ବୋଲି ଆମେରିକୀୟ ସଂସ୍ଥା ସ୍ପେସ୍‌-ଏକ୍ସ କମ୍ପାନୀ ସହ ଚୁକ୍ତିବଦ୍ଧ କରିଛନ୍ତି ଜଣେ ଉଦ୍ୟୋଗପତି। ତାଙ୍କ ସହ ୭ରୁ ୮ଜଣ କଳାକାର ମଧ୍ୟ ଚନ୍ଦ୍ରପୃଷ୍ଠକୁ ଯିବେ। ସ୍ପେସ୍- ଏକ୍ସ ବିଗ୍‌ ଫାଲକନ୍‌ ଏମାନଙ୍କୁ ରକେଟ୍‌ ସାହାଯ୍ୟରେ ଚନ୍ଦ୍ରପୃଷ୍ଠକୁ ପଠାଇବ।

ଚନ୍ଦ୍ରକୁ ଯିବା ପାଇଁ ଚୁକ୍ତି କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜାପାନୀ ଅରବପତି ଏବଂ ଅନ୍‌ଲାଇନ୍‌ ଫ୍ୟାଶନ୍‌ ଉଦ୍ୟୋଗପତି ୟୁସାକୁ ମାଇଜାୱା। ସେ ୨୦୨୩ ସୁଦ୍ଧା ସ୍ପେସଏକ୍ସ ରକେଟ୍‌ ଜରିଆରେ ଚନ୍ଦ୍ରପୃଷ୍ଠକୁ ବୁଲିବାକୁ ଯିବେ। ତେବେ ଏହା ପରେ ସେ ପୃଥିବୀର ପ୍ରଥମ ସାଧାରଣ ବ୍ୟକ୍ତି ହୋଇଯିବେ, ଯିଏ ଚନ୍ଦ୍ରପୃଷ୍ଠ ଭ୍ରମଣ କରିବେ।

ଚନ୍ଦ୍ର ଭ୍ରମଣ ପାଇଁ ମାଇଜାୱା କେତେ ଟଙ୍କା ଦେଉଛନ୍ତି, ଏ ଯାଏ ସେ ବିଷୟରେ କିଛି ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିନାହିଁ। କାଲିଫର୍ଣ୍ଣିଆରେ ଥିବା ସ୍ପେସ୍‌-ଏକ୍ସ ମୁଖ୍ୟାଳୟ ଓ ରକେଟ୍ ଫ୍ୟାକ୍ଟ୍ରିରେ ସୋମବାର ମାଇଜାୱା କହିଛନ୍ତି, ‘ପିଲାଟି ଦିନରୁ ଚନ୍ଦ୍ର ମୋର ପ୍ରିୟ। ସେଠାକୁ ଯିବା ମୋ’ ସାରା ଜୀବନର ସ୍ୱପ୍ନ।’

ବିଜ୍‌ନେସ୍‌ ପତ୍ରିକା ‘ଫୋର୍ବସ’ ମୁତାବକ ମାଇଜାୱା ଜାପାନର ସବୁଠୁ ବଡ଼ ଅନ୍‌ଲାଇନ୍‌ ଫ୍ୟାଶନ୍‌ ମଲ୍‌ର ସିଇଓ। ସେ ଜାପାନର ସବୁଠୁ ଧନୀ ବ୍ୟକ୍ତି ତାଲିକାର ୧୮ତମ ସ୍ଥାନରେ ଅଛନ୍ତି। ମାଇଜାୱା ୩ ଅରବ ଡଲାର୍‌ ସମ୍ପତ୍ତିର ମାଲିକ।

ମାଇଜାୱା ହେଉଛନ୍ତି କଳାପ୍ରେମୀ। ତେଣୁ ସେ ଏହି ଚନ୍ଦ୍ରଯାତ୍ରା ସମୟରେ ନିଜ ସହିତ ପୃଥିବୀର ୬ରୁ ୮ ଜଣ କଳାକାରଙ୍କୁ ନିମନ୍ତ୍ରଣ କରିବେ। ସେ କହିଛନ୍ତି, ପୃଥିବୀପୃଷ୍ଠକୁ ଫେରିବା ପରେ ଏହି କଳାକାରମାନଙ୍କୁ କିଛି କଳା କୃତି ତିଆରି କରିବାକୁ କୁହାଯିବ ଏବଂ ଏହିସବୁ କଳା କୃତି ଆମ ସମସ୍ତଙ୍କ ପାଇଁ ଆଗକୁ ପ୍ରେରଣାଦାୟୀ ହେବ।

ଉଲ୍ଲେଖଯୋଗ୍ୟ, ଘରୋଇ କମ୍ପାନୀ ସ୍ପେସ୍‌-ଏକ୍ସ ସିଇଓ ଏଲୋନ୍ ମସ୍କ କହିଛନ୍ତି ଯେ ଏହି ଯାତ୍ରା ବିଗ୍‌ ଫାଲ୍‌କନ୍‌ ରକେଟ୍‌(ବିଏଫ୍‌ଆର୍) ଜରିଆରେ କରାଯିବ। ବିଏଫ୍‌ଆର୍‌କୁ ମହାକାଶଯାନ ଇତିହାସରେ ସବୁଠୁ ଅଧିକ ଶକ୍ତିଶାଳୀ ରକେଟ୍‌ ଭାବେ ବିବେଚନା କରାଯାଏ।



from Odisha Reporter https://ift.tt/2MOMAmK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages