ଧୋନି ଏବେ ଇଣ୍ଟରନ୍ୟାଶନାଲ୍‌ ମ୍ୟାଚ୍‌ ଖେଳିବା ଉଚିତ କି, ଜାଣନ୍ତୁ କ’ଣ କହୁଛନ୍ତି ଗାଭାସ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଧୋନି ଏବେ ଇଣ୍ଟରନ୍ୟାଶନାଲ୍‌ ମ୍ୟାଚ୍‌ ଖେଳିବା ଉଚିତ କି, ଜାଣନ୍ତୁ କ’ଣ କହୁଛନ୍ତି ଗାଭାସ୍କର

ଦୁବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଫର୍ମରେ ନାହାନ୍ତି। ଯେତେ ଚେଷ୍ଟା କଲେ ମଧ୍ୟ ସେ ବାରମ୍ବାର ବଡ଼ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ତଥାପି ତାଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳି ଚାଲିଛି। ଏପରି ପରିସ୍ଥିତିରେ ଧୋନି କ’ଣ ଇଣ୍ଟରନ୍ୟାଶନାଲ ଖେଳିବା ଉଚିତ କି? ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ ଏଭଳି ଏକ ପ୍ରଶ୍ନର ଉତ୍ତରରେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସୁନୀଲ ଗାଭାସ୍କର ଏମିତି କିଛି କଥା କହିଛନ୍ତି, ଯାହା ଶୁଣିଲେ ଆପଣ ବି କହିବେ ମାହି ଗାଭାସ୍କରଙ୍କ କଥା ମାନିବା ଦରକାର।

ଗାଭାସ୍କର କହିଛନ୍ତି, ୨୦୧୯ ବିଶ୍ୱକପ୍‌ ପୂର୍ବରୁ ଧୋନି ଫର୍ମକୁ ଆସିବା ନିହାତି ଦରକାର। ଏବେକାର ସ୍ଥିତି ଯାହା, ଧୋନି ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌ ଖେଳିଲେ ଆଦୌ ଫର୍ମକୁ ଫେରିପାରିବେ ନାହିଁ। ତେଣୁ ସେ ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌ ଛାଡ଼ି ଡୋମେଷ୍ଟିକ୍‌ କ୍ରିକେଟ୍‌ ଖେଳିବା ଦରକାର। ବାରମ୍ବାର ଡୋମେଷ୍ଟିକ୍‌ ମ୍ୟାଚ୍‌ ଖେଳିଲେ ସେ ଫର୍ମକୁ ମଧ୍ୟ ଫେରିପାରିବେ। ଫର୍ମକୁ ଫେରିବା ପରେ ଟିମ୍‌ ଇଣ୍ଡିଆରେ ନିଜ ପାଇଁ ସ୍ଥାନ ଦାବି କରିପାରିବେ। କିନ୍ତୁ କେବଳ ବରିଷ୍ଠତା ଭିତ୍ତିରେ ଟିମ୍‌ରେ ରହିଲେ କିଛି ଲାଭ ନାହିଁ ବୋଲି ମଧ୍ୟ ଗାଭାସ୍କର କହିବାକୁ ପଛାଇ ନାହାନ୍ତି।

ଗାଭାସ୍କର ଆହୁରି କହିଛନ୍ତି, ଧୋନି ୪ ଦିନିଆ ଘରୋଇ କ୍ରିକେଟ୍‌ ଖେଳିଲେ ଦୁଇଟି ଲାଭ ମିଳିବ। ଗୋଟିଏ ସେ ଫର୍ମ ଫେରି ପାଇବା ସହଜ ହେବ ଏବଂ ଝାରଖଣ୍ଡ ଟିମ୍‌ରେ ଖେଳୁଥିବା ଉଦୀୟମାନ ଖେଳାଳିଙ୍କୁ ଭଲ ଖେଳିବାକୁ ମଧ୍ୟ ପ୍ରୋତ୍ସାହିତ କରିପାରିବେ। ଏହାଦ୍ୱାରା ସେମାନେ ମଧ୍ୟ ଭାରତ ପାଇଁ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିପାରିବେ।

“୫୦ ଓଭର୍‌ କ୍ରିକେଟ୍‌ରେ ଆପଣଙ୍କ ପାଖରେ କମ୍‌ ସମୟ ରହିଥାଏ। କିନ୍ତୁ ଆପଣ ଯଦି ଘରୋଇ କ୍ରିକେଟ୍‌ ଖେଳୁଛନ୍ତି, ଆପଣଙ୍କୁ ୪ ଦିନର ସମୟ ମିଳିବ। ଆପଣ ବଡ଼ ଇନିଂସ୍‌ ଖେଳି ଆପଣଙ୍କ ଷ୍ଟାମିନାକୁ ମଧ୍ୟ ମାପି ପାରିବେ। ତେଣୁ ଫର୍ମ ପାଇଁ ସଂଘର୍ଷ କରୁଥିବା ଧୋନି ଘରୋଇ କ୍ରିକେଟ୍‌ ଖେଳିବା ଦରକାର” ବୋଲି ଗାଭାସ୍କର ମତ ଦେଇଛନ୍ତି।

ଧୋନି ଗତ ୯ଟି ଦିନିକିଆରେ ମାତ୍ର ୨୭ ହାରରେ ୧୮୯ ରନ୍‌ କରିପାରିଛନ୍ତି। ଧୋନିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୪୨।



from Odisha Reporter https://ift.tt/2R7lzhK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages