
ନୂଆଦିଲ୍ଲୀ: ଦିନେ ସେ ଲଟେରୀ ଟିକେଟ୍ କିଣିବାକୁ ଅସମର୍ଥ ଥିଲେ। କିନ୍ତୁ ଆଜି ସେ କୋଟିପତି। ପୁଣି କେମିତି ଜାଣନ୍ତି? ସେଇ ଲଟେରୀ ଟିକେଟ୍ କିଣି?
ଘଟଣାଟି ପଞ୍ଚାବର ସଙ୍ଗରୁର୍ ଜିଲ୍ଲାର ମାଡ଼ବୀ ଗାଁର। ଏଠାରେ ରହନ୍ତି ମନୋଜ କୁମାର। ସେ ଜଣେ ଶ୍ରମିକ।
ଦିନେ ମନୋଜ ୨୦୦ ଟଙ୍କା କରଜ କରି ଏକ ଲଟେରୀ ଟିକେଟ୍ କିଣିଥିଲେ। ଲଟେରୀରେ ଜିତିବେ ବୋଲି ସେ କେବେ ଆଶା କରି ନଥିଲେ। ହେଲେ ଭାଗ୍ୟରେ ତ ଜିତିବା ଲେଖାଥିଲା! ତେଣୁ ସେ ଲଟେରୀ ଜିତିଲେ ଓ ଏବେ ଦେଢ଼ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି।
ମନୋଜ କହିଛନ୍ତି,“ଟଙ୍କା ଧାର କରି ମୁଁ ଲଟେରୀ ଟିକେଟ୍ କିଣିଥିଲି। ମୁଁ କେବେ ହେଲେ କଳ୍ପନା କରି ନଥିଲି ଯେ ଏତେ ଟଙ୍କା ଜିତିଯିବି।”
ଅଗଷ୍ଟ ୨୯ ତରିଖରେ ‘ପଞ୍ଜାବ ରାଜ୍ୟ ରାଖୀ ବମ୍ପର୍ ୨୦୧୮’ ପାଇଁ ଏହି ଲଟେରୀ ଘୋଷଣା କରାଯାଇଥିଲା। ପ୍ରଥମ ଦୁଇଟି ପୁରସ୍କାର ବାବଦକୁ ୧.୫୦ କୋଟି ଟଙ୍କା ରଖାଯାଇଥିଲା। ଯେଉଁ ଦୁଇ ଜଣ ଏହି ଲଟେରୀ ଜିତିଛନ୍ତି ସେମାନଙ୍କ ମଧ୍ୟରୁ ମନୋଜ ଜଣେ। ଖୁବ୍ଶୀଘ୍ର ସେ ଏହି ଟଙ୍କା ପାଇବେ ବୋଲି ‘ଲଟେରୀଜ୍ ଅଫ୍ ପଞ୍ଜାବ’ର ନିର୍ଦ୍ଦେଶକ ଟିପିଏସ୍ ଫୁଲ୍କା କହିଛନ୍ତି।
from Odisha Reporter https://ift.tt/2QbyeQn
No comments:
Post a Comment