ବାଚସ୍ପତିଙ୍କୁ ଅଡୁଆରେ ପକାଇଲେ ମହାରଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ବାଚସ୍ପତିଙ୍କୁ ଅଡୁଆରେ ପକାଇଲେ ମହାରଥୀ

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାରା ଓ ଓମଫେଡ୍ ଦୁର୍ନୀତିରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଗଣମାଧ୍ୟମକୁ ଏଭଳି ବୟାନ ଦେବାକୁ ନେଇ ଶାସକ ଦଳରେ କମ୍ପନ ସୃଷ୍ଟି ହୋଇଛି। ବାଚସ୍ପତିଙ୍କ କୋର୍ଟକୁ ବଲ୍‌ ଫିଙ୍ଗି କୃଷିମନ୍ତ୍ରୀ ଦୁର୍ନୀତି ପ୍ରସଙ୍ଗରେ ଖସିଯିବାକୁ ଚାହିଁଥିବା ବେଳେ, ବିରୋଧୀ ଦଳ ଏହି କଥା ଉଠାଇ ଗୃହରେ ବାଚସ୍ପତିଙ୍କୁ କାଳେ ଅଡ଼ୁଆରେ ପକାଇବ ବୋଲି ଶାସକ ଦଳ ଆଶଙ୍କା କରିଛି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାରା ଓ ଓମଫେଡ୍ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରି ବିରୋଧୀ ଦଳ ବିଧାନସଭାକୁ ଅଚଳ କରିଥିବାବେଳେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ବାଚସ୍ପତିଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି।

ଦୁର୍ନୀତି ଅଭିଯୋଗ ଉପରେ ବିରୋଧୀ ଦଳ ସ୍ପଷ୍ଟୀକରଣ ମାଗିଲେ କ’ଣ ହେବ, ଯେ ପର୍ଯ୍ୟନ୍ତ ବାଚସ୍ପତି ନିର୍ଦ୍ଦେଶ ଦେଇନାହାନ୍ତି ସେ କାହିଁକି ମୁହଁ ଖୋଲିବେ ବୋଲି କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାରଥୀ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ବିଧାନସଭାକୁ ବାରମ୍ବାର ଅଚଳ କରିବାର ବିରୋଧୀଙ୍କ ଗୋଟିଏ ‘ମାନିଆ’ ଅଛି। ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଦଳ ସ୍ପଷ୍ଟୀକରଣ ମାଗିଲେ, ସେ ଦେଇପାରିବେ ନାହିଁ। ବାଚସ୍ପତି ଯାହା ନିର୍ଦ୍ଦେଶ ଦେବେ ସେହି ଆଧାରରେ ସେ କାର୍ଯ୍ୟ କରିବେ।

ଚାରା ରୋପଣରେ ପ୍ରାୟ ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଗତ କିଛିଦିନ ତଳେ ବିଧାନସଭାରେ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱୀକାର କରିଛନ୍ତି। ତେବେ ଏହି ପ୍ରସଙ୍ଗକୁ ଏବେ ବିରୋଧୀ ଦଳ ଉଠାଇ ଗୃହକୁ ଅଚଳ କରିବାରେ ଲାଗିଛି। 

ଅପରପକ୍ଷରେ, ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାରା ଓ ଓମଫେଡ୍ ଦୁର୍ନୀତିରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଗଣମାଧ୍ୟମକୁ ଏଭଳି ବୟାନ ଦେବାକୁ ନେଇ ଶାସକ ଦଳରେ କମ୍ପନ ସୃଷ୍ଟି ହୋଇଛି। ବାଚସ୍ପତିଙ୍କ କୋର୍ଟକୁ ବଲ୍‌ ଫିଙ୍ଗି କୃଷିମନ୍ତ୍ରୀ ଦୁର୍ନୀତି ପ୍ରସଙ୍ଗରେ ଖସିଯିବାକୁ ଚାହିଁଥିବା ବେଳେ, ବିରୋଧୀ ଦଳ ଏହି କଥା ଉଠାଇ ଗୃହରେ ବାଚସ୍ପତିଙ୍କୁ କାଳେ ଅଡ଼ୁଆରେ ପକାଇବ ବୋଲି ଶାସକ ଦଳ ଆଶଙ୍କା କରିଛି।

ଉଲ୍ଲେଖଯୋଗ୍ୟ, ଚାରା ରୋପଣରେ ପ୍ରାୟ ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଗତ କିଛିଦିନ ତଳେ ବିଧାନସଭାରେ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱୀକାର କରିଛନ୍ତି। ତେବେ ଏହି ପ୍ରସଙ୍ଗକୁ ଏବେ ବିରୋଧୀ ଦଳ ଉଠାଇ ଗୃହକୁ ଅଚଳ କରିବାରେ ଲାଗିଛି।

ସେହିପରି ଦୁର୍ନୀତି ଅଭିଯୋଗ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପ୍ରଭାବିତ ହୋଇଛି କି ନାହିଁ, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ କହିବେ ବୋଲି ଶ୍ରୀ ମହାରଥୀ କହିଛନ୍ତି।

ତେବେ  ମୁଖ୍ୟମନ୍ତ୍ରୀଙ୍କୁ ଆଜି ବିଧାୟକ ଡାକ୍ତର ରାଉତ ପ୍ରଶଂସା କରିବା ଓ ବିଜେଡିକୁ ୩ ଜଣ ଯୁବନେତା ଚଳାଉଛନ୍ତି ବୋଲି ଡାକ୍ତର ରାଉତ କରିଥିବା ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ଶ୍ରୀ ମହାରଥୀ ମନା କରିଦେଇଛନ୍ତି।



from Odisha Reporter https://ift.tt/2oYKCHc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages