କୁଜଙ୍ଗ ସମାବେଶକୁ ଦାମଙ୍କ ତାଚ୍ଛଲ୍ୟ: କହିଲେ -ପାରାଦୀପ ନିର୍ବାଚନମଣ୍ଡଳୀରେ ମହିଳା ଅଣ୍ଟୁ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

କୁଜଙ୍ଗ ସମାବେଶକୁ ଦାମଙ୍କ ତାଚ୍ଛଲ୍ୟ: କହିଲେ -ପାରାଦୀପ ନିର୍ବାଚନମଣ୍ଡଳୀରେ ମହିଳା ଅଣ୍ଟୁ ନାହାନ୍ତି

ପାରାଦୀପ (ଏନ୍‌.ଏମ୍‌ ବୈଶାଖ): ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଥମ ଥର ପାଇଁ ବିଜେଡି ଆସନ୍ତା ୩୦ ତାରିଖରେ ତାଙ୍କ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିବ।କୁ ଯାଉଛି। ସେଥିପାଇଁ କୁଜଙ୍ଗଠାରେ ଏକ ମହିଳା ସମାବେଶ କରିବାକୁ ଯାଉଛି ଦଳ। ଏଥିରେ ୧୦,୦୦୦ ମହିଳାଙ୍କୁ ଅଣା ଯିବାକୁ ସ୍ଥିର ହୋଇଛି। ହେଲେ ବିଜେଡିର ପ୍ରସ୍ତାବିତ ସମାବେଶକୁ ତାଚ୍ଛଲ୍ୟ କରିଛନ୍ତି ଡାକ୍ତର ରାଉତ।

ସେ କହିଛନ୍ତି-“ପାରାଦୀପ ନିର୍ବାଚନମଣ୍ଡଳୀରେ ମହିଳା ଅଣ୍ଟୁ ନାହାନ୍ତି। ସେଥିପାଇଁ ସମଗ୍ର ଜିଲ୍ଲାରୁ ମହିଳାମାନଙ୍କୁ ସମାବେଶକୁ ଡକାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଏହାର ଦାୟିତ୍ୱରେ ଅଛନ୍ତି ୪ ଜଣ ନେତ୍ରୀ ଓ ୪ ଜଣ ନେତା। ସେମାନେ ଏଠାରେ ପଡ଼ି ରହିଛନ୍ତି। ଯେଉଁମାନଙ୍କୁ ଲାଜ ଓ ସରମ ନଥାଏ, ସେମାନେ ଏମିତି ହୁଅନ୍ତି।”

ସମାବେଶରେ ସ୍ଥାନୀୟ ବିଧାୟକଙ୍କ ଯୋଗଦାନକୁ ନେଇ ଡାକ୍ତର ରାଉତ କହିଛନ୍ତି-“ସ୍ଥାନୀୟ ବିଧାୟକ ଅଛନ୍ତି। କିନ୍ତୁ ପାରାଦୀପ ନିର୍ବାଚନମଣ୍ଡଳୀ ପରା ବେଦଖଲ ହୋଇଗଲା। ପାରାଦୀପକୁ କିଛି ଲୋକ ଅନାବାଦୀ ବୋଲି ଭାବିନେଇଛନ୍ତି। ତାଙ୍କର ଧାରଣା ନାହିଁ, ଏହି ପାରାଦୀପ ନିର୍ବାଚନମଣ୍ଡଳୀରେ ନାଟ ଚାଲେନି। କେତେଦିନ ନାଟ କରୁଛନ୍ତି ମୁଁ ଦେଖୁଛି। ଲୋକଙ୍କ ଉପରେ ମୋର ଭରସା ଅଛି, ସେମାନେ(ଲୋକେ) ଯାହା କରିବା କଥା କରିବେ।”

ସୂଚନା ଅନୁସାରେ, ବିଜେଡି ଆସନ୍ତା ୩୦ ତାରିଖରେ କୁଜଙ୍ଗରେ ଏକ ବିଶାଳ ମହିଳା ସମାବେଶ କରିବ। ଏଥିରେ ୧୦,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରାଦୀପ ବିଜୁ ଜନତା ଦଳର ସଭାପତି ସୁମନ୍ତ କୁମାର ବିଶ୍ୱାଳ ଓ ଜଗତସିଂହପୁର ସାଂସଦ କୁଳମଣି ସାମଲ ଯୋଗଦେଇ ସମାବେଶକୁ କିପରି ସଫଳ କରାଯାଇ ପାରିବ, ତାହା ଉପରେ ଆଲୋଚନା କରିଥିଲେ।

ସମାବେଶରେ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ବରିଷ୍ଠ ମନ୍ତ୍ରୀ ତଥା ଜଗତସିଂହପୁର ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ, ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ୍‌ ବିଧାୟକ ରାଜଶ୍ରୀ ମଲ୍ଲିକ, ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିୟା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ଆଜିର ପ୍ରସ୍ତୁତି ବୈଠକରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ଓ ବିଜେଡି ସଭାପତିଙ୍କ ଅନୁପସ୍ଥିତି ଦଳୀୟ କନ୍ଦଳକୁ ପଦାରେ ପକାଇଛି।



from Odisha Reporter https://ift.tt/2NaI96h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages