ସମୟ ପୂର୍ବରୁ ଆପଣଙ୍କୁ ବୟସ୍କ କରି ଦେଇପାରେ ଏହିସବୁ ଖାଦ୍ୟ ଓ ପାନୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ସମୟ ପୂର୍ବରୁ ଆପଣଙ୍କୁ ବୟସ୍କ କରି ଦେଇପାରେ ଏହିସବୁ ଖାଦ୍ୟ ଓ ପାନୀୟ

aged1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌ ): ଖାଦ୍ୟ ଓ ପାନୀୟ ଅନୁସାରେ ହିଁ ଆମ ଶରୀର ଓ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ।  ଏପରି କିଛି ଖାଦ୍ୟ ଓ ପାନୀୟ ଅଛି, ଯାହାର ମାତ୍ରା ଆବଶ୍ୟକତାରୁ ଅଧିକ ହେଲେ, ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏପରିକି ଏହିସବୁ ଖାଦ୍ୟ ଓ ପାନୀୟ ଅଧିକ ଖାଇଲେ ବା ପିଇଲେ, ଆପଣ ସମୟ ପୂର୍ବରୁ ବୟସ୍କଙ୍କ ଭଳି ବି ଦେଖାଯିବେ।

ମିଠା:

peda2ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ମିଠା ଖାଇଲେ ଲୋକେ ସମୟ ପୂର୍ବରୁ ବୟସ୍କ ଲାଗିଥା’ନ୍ତି। ମିଠାରେ ଥିବା ଅଧିକ ପରିମାଣର ସୁଗାର୍‌ ମଲିକଲ୍‌ସ ଶରୀରର ପ୍ରୋଟିନ୍‌ ସହିତ ମିଶି ଚର୍ମରେ ଥିବା ‘କୋଲାଜେନ୍‌’ (collagen) ପ୍ରୋଟିନ୍‌କୁ କ୍ଷତି ପହଞ୍ଚାଇଥାଏ। ‘କୋଲାଜେନ୍‌’ ହେଉଛି ସେହି ପ୍ରୋଟିନ୍‌, ଯାହା ଚର୍ମକୁ ସତେଜ ରଖିବାରେ ସହାୟକ ହୋଇଥାଏ। ତେଣୁ ଅଧିକ ମିଠା ଖାଇବା ଦ୍ୱାରା ଏହି ‘କୋଲାଜେନ୍‌’ ପ୍ରୋଟିନ୍‌ ପ୍ରଭାବିତ ହୋଇଥାଏ ଏବଂ ଚର୍ମରେ ସତେଜତା ହ୍ରାସ ପାଇ ବ୍ୟକ୍ତି ସମୟ ପୂର୍ବରୁ ବୟସ୍କଙ୍କ ଭଳି ଦେଖାଯା’ନ୍ତି।
ଆଲ୍‌କହଲ୍‌:

_whiskyବିଶେଷଜ୍ଞଙ୍କ କହିବା ଅନୁସାରେ, ଲିଭର୍‌ ଠିକ୍ ଭାବରେ କାମ କରୁଥିଲେ, ଶରୀରକୁ କ୍ଷତି ପହଞ୍ଚାଉଥିବା ଟକ୍ସିକ୍‌ ପ୍ରାକୃତିକ ଉପାୟରେ ଶରୀରରୁ ବାହାରି ଯାଇଥାଏ। କିନ୍ତୁ ଅତ୍ୟଧିକ ମାତ୍ରାରେ ଆଲ୍‌କହଲ୍ ପିଇବା ଦ୍ୱାରା ଲିଭର୍‌ ଠିକ୍‌ ଭାବରେ କାର୍ଯ୍ୟ କରି ନଥାଏ ଏବଂ ଏହି କାରଣରୁ ଶରୀରରେ ସ୍କିନ୍‌ ସମ୍ପର୍କିତ ସମସ୍ୟା ସୃଷ୍ଟି ହୋଇଥାଏ। ତ୍ୱଚା କୁଞ୍ଚନ ଓ ଲାଲ୍‌ ପଡ଼ିବା ସହ ମୁହଁରେ ବ୍ରଣ ମଧ୍ୟ ବାହାରିଥାଏ। ଏହା ବ୍ୟତୀତ ଆଲ୍‌କହଲ୍‌ ପିଇବା ଯୋଗୁ ନିଦ ମଧ୍ୟ ପ୍ରଭାବିତ ହୋଇଥାଏ। ଯାହା ଫଳରେ ଆପଣ ସମୟ ପୂର୍ବରୁ ବୟସ୍କ ଦେଖାଯା’ନ୍ତି।
ପୋଡ଼ାମାଂସ:

meatପୋଡ଼ା ମାଂସ ମାତ୍ରାଧିକ ଖାଇବା ଦ୍ୱାରା ମଧ୍ୟ ଆପଣ ସମୟ ପୂର୍ବରୁ ବୟସ୍କ ଲାଗିଥା’ନ୍ତି। ପୋଡ଼ା ମାଂସରେ ଥିବା ଇମ୍ପ୍ଲିମେଣ୍ଟରୀ ହାଇଡ୍ରୋକାର୍ବନ୍‌ ତ୍ୱଚାକୁ ସତେଜ ରଖୁଥିବା ‘କୋଲାଜେନ୍‌’ ପ୍ରୋଟିନ୍‌କୁ କ୍ଷତି ପହଞ୍ଚାଇଥାଏ।

ହ୍ୱାଇଟ୍‌ ୱାଇନ୍‌:

whitewineହ୍ୱାଇଟ୍‌ ୱାଇନ୍‌ ଦାନ୍ତରେ ଥିବା ଏନାମଲ୍‌ ପାଇଁ କ୍ଷତିକାରକ ହୋଇଥାଏ। ବାହ୍ୟ ସଂକ୍ରମଣରୁ ସୁରକ୍ଷା ଦେଉଥିବା ଏହି ଏନାମଲ୍‌ ଦାନ୍ତର ବାହାର ଅଂଶରେ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, କୌଣସି ପ୍ରକାରର ଏସିଡିକ୍‌ ପାନୀୟ ପିଇବା ପରେ ତୁରନ୍ତ ବ୍ରସ୍‌ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦାନ୍ତର ଏହି ଏନାମଲ୍‌ ନଷ୍ଟ ହୋଇଥାଏ। ଆଉ ଦାନ୍ତର ଏନାମଲ୍‌ ନଷ୍ଟ ହେବା ଦ୍ୱାରା ଆପଣ ସମୟ ପୂର୍ବରୁ ବୁଢ଼ା ଦେଖାଯିବା ସହ ଅସୁନ୍ଦର ମଧ୍ୟ ଲାଗିଥା’ନ୍ତି।

ଲୁଣ:

lunaଏପରି ଖାଦ୍ୟ ଖା’ନ୍ତୁ ନାହିଁ, ଯେଉଁଥିରେ ଅଧିକ ଲୁଣ ଦିଆଯାଇଥିବ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ କେଶ ଶୀଘ୍ର ପାଚିବାକୁ ଲାଗିଥାଏ।

ମସଲାଯୁକ୍ତ ଖାଦ୍ୟ:

chillyଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ, ଚର୍ମ ସଂପର୍କିତ ବିଭିନ୍ନ ରୋଗ ହୋଇଥାଏ। ଏହି କାରଣରୁ ମଧ୍ୟ ଆପଣ ସମୟ ପୂର୍ବରୁ ବୁଢ଼ା ଦେଖାଯା’ନ୍ତି। ଏଥିପାଇଁ ସବୁବେଳେ କମ୍‌ ମସଲାଯୁକ୍ତ ଖାଦ୍ୟ ଖା’ନ୍ତୁ।

ଏନର୍ଜି ଡ୍ରିଙ୍କ୍‌ସ୍‌:

colddrinksଏନର୍ଜି ଡ୍ରିଙ୍କ୍‌ସ୍‌ ପିଇବା ଦ୍ୱାରା ଶରୀରକୁ ଶକ୍ତି ତ ମିଳିଥାଏ, କିନ୍ତୁ ଏହା ମଧ୍ୟ ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ଏନର୍ଜି ଡ୍ରିଙ୍କସ୍‌ ପିଉଛନ୍ତି, ତେବେ ଷ୍ଟ୍ର’ ସାହାଯ୍ୟରେ ହିଁ ପିଅନ୍ତୁ। ଏପରି କଲେ, ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହେବନାହିଁ।

ମିଠା ଲେମ୍ୱୁ ପାଣି:

lembu-panମିଠା ଲେମ୍ୱୁ ପାଣି ପିଇଲେ ଦାନ୍ତ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିବା ସହିତ ଦାନ୍ତର ଏନାମଲ୍‌ ନଷ୍ଟ ହୋଇଥାଏ। ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ, ବିନା ଚିନିରେ ଲେମ୍ୱୁ ପାଣି ପିଇବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏହାବ୍ୟତୀତ ଲେମ୍ୱୁ ପାଣି ପିଇବା ପରେ ସାଧା ପାଣି ନିଶ୍ଚୟ ପିଅନ୍ତୁ।



from Odisha Reporter https://ift.tt/2Puw25o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages