କୋଟଗଡ଼ରେ ପୁଣି ଲଜ୍ଜା, ଆଉ ଜଣେ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

କୋଟଗଡ଼ରେ ପୁଣି ଲଜ୍ଜା, ଆଉ ଜଣେ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

rape

ବାଲିଗୁଡ଼ା (ଅଜିତ କୁମାର ନାୟକ): ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଅଶାନ୍ତ ଥିବା ବେଳେ ଆଉ ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ନାବାଳିକା ଛାତ୍ରୀଙ୍କୁ ଡାକ୍ତରୀମାଇନା ପାଇଁ ଫୁଲବାଣୀ ନେଇଛି। ଏହାସହ ଏକ ଦୁଷ୍କର୍ମ ମାଲଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଘଟଣା ପରଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ପୁଲିସ କହିଛି।

ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ଜଣେ ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିଲେ। ସେ ସ୍କୁଲରୁ ଫେରି ଶୌଚ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଆଖପାଖରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଝିଅ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ପରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଥିଲା।

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ପୁଲିସ୍‌ ଗଗନ ପ୍ରଧାନ ନାମକ ଜଣେ ଯୁବକକୁ ଗିରଫ କରିଥିଲା।

ନାବାଳିକାଙ୍କ ମୃତଦେହ ମିଳିବା ପରେ ଅଞ୍ଚଳ ଅଶାନ୍ତ ହୋଇପଡ଼ିଥିଲା। ୨୨ ତାରିଖ ରାତିରୁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ରଖିଥିଲେ। ଯାହା ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଅଭିଯୁକ୍ତକୁ ଫାଶୀ, ପୀଡ଼ିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ଥାନୀୟ ଅଞ୍ଚଳରେ ମଦ ଦୋକାନ ବନ୍ଦ ଦାବିରେ ଲୋକେ ରାସ୍ତାରେ ବସି ରହିଥିଲେ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଦିଆଯିବାକୁ ଘୋଷଣା କରିଥିଲେ। ଏହାପରେ ଉତ୍ତେଜନା ଥମିଥିଲା ଓ ରାସ୍ତାରୋକ ହଟିଥିଲା।



from Odisha Reporter https://ift.tt/2PV9IC0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages