
କ୍ରିକେଟ ହେଉଛି ଭାରତର ସବୁଠୁ ଅଧିକ ଲୋକପ୍ରିୟ ଖେଳ। ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳର ଫ୍ୟା।ନ୍। ତେବେ ଏହି ଖେଳରେ ଏମିତି କିଛି ସ୍ୱତନ୍ତ୍ର ନିୟମ ଅଛି ଯାହାକୁ ଆପଣ ଜାଣି ନଥିବେ। ତେବେ ଆସନ୍ତୁ ସେମିତି କିଛି ନିୟମ ବିଷୟର ଜାଣିବା।
ଟାଇମ୍ ଆଉଟ୍: ଯଦି ୱିଇକେଟ୍ ପଡ଼ିବା ପରେ ୩ ମିନିଟ୍ ଭିତରେ ବିପକ୍ଷ ଦଳର ବ୍ୟାଟସ୍ମ୍ୟାନ୍ ପିଚ୍ରେ ନପହଞ୍ଚନ୍ତି ତେବେ ଫିଲଡିଂ କରୁଥିବା ଟିମ୍ର ଅଭିଯୋଗ କ୍ରମେ ଟାଇମ୍ ଆଉଟ୍ ଘୋଷଣା ହୋଇପାରିବ।
ଲାଷ୍ଟ ବଲ୍: ଯଦି ମ୍ୟାଚ୍ ବେଳେ ବଲ୍ ହଜି ଯାଏ ତେବେ ଫିଲଡିଂ ଟିମ୍ ଲାଷ୍ଟ ବଲ୍ ଅପିଲ୍ କରିପାରିବେ। ଏହାକୁ ଡେଡ୍ ବୋଲି ବିବେଚନା କରାଯିବ। ଏହି ସମୟରେ ବ୍ୟାଟସ୍ମ୍ୟାନ୍ ଯେତେ ରନ୍ ନେବେ ତାହା ମଞ୍ଜୁର ହେବ।
ହେଲମେଟ୍ କନେକ୍ସନ୍: ଯଦି କ୍ୟାଚ୍ ଧରିବା ସମୟରେ ବଲ୍ ହେଲମେଟ୍, ପ୍ୟାଡ୍ କିମ୍ବା ଏଲ୍ବୋ ଗାର୍ଡ଼ରେ ବାଜେ ତେବେ ବ୍ୟାଟସ୍ମ୍ୟାନ୍ଙ୍କୁ ଆଉଟ୍ ବୋଲି ଗ୍ରହଣ କରାଯିବ ନାହିଁ।
ବ୍ୟାଟିଂ-ବୋଲିଂ ମନା: ଟାଇମ୍ ଆଉଟ୍ ବେଳେ ବ୍ୟାଟିଂ-ବୋଲିଂକୁ ଅନୁମତି ନାହିଁ। ଯଦି କୌଣସି ଖେଳାଳି ଆହତ ବେଳେ ଯେତେ ସମୟ ପଡ଼ିଆ ବାହାରେ ରହିବେ ସେତିକି ସମୟ ପର୍ଯ୍ୟନ୍ତ ଅର୍ଥାତ ସମ୍ପୃକ୍ତ ଖେଳାଳି ଫେରିବା ପର୍ଯ୍ୟନ୍ତ ବ୍ୟାଟିଂ-ବୋଲିଂ କରାଯାଇପାରିବ ନାହିଁ।
ନୋ ଅପିଲ-ନୋ ଆଉଟ୍: ଯଦି ଫିଲଡିଂ ଟିମ୍ ଏଲ୍ବିଡବ୍ଲ୍ୟୁ ପାଇଁ ଅପିଲ୍ କରୁନାହାନ୍ତି ତେବେ ବ୍ୟାଟସ୍ମ୍ୟାନ୍ ଆଉଟ୍ ହେଉ ଥିଲେ ମଧ୍ୟ ଅମ୍ପାୟାର ଆଉଟ୍ ଦେଇପାରିବେ ନାହିଁ।
ସ୍ପାଇଡର୍ କ୍ୟାମ୍ ଆଣ୍ଡ ବଲ୍ କନେକ୍ସନ୍: ଯଦି ବ୍ୟାଟସ୍ମ୍ୟାନ୍ ସଟ୍ ମାରିବା ପରେ ବଲ୍ ସ୍ପାଇଡର କ୍ୟାମେରା ସହ ମାଡ଼ ହୁଏ ତେବେ ଏହାକୁ ଡେଡ୍ ବଲ ବୋଲି ବିବେଚନା କରାଯିବ। ଏଥିରେ ବ୍ୟାଟସ୍ମ୍ୟାନ୍ଙ୍କୁ ରନ୍ ମିଳିବ ନାହିଁ।
ରିଟାୟାର୍ଡ଼ ଆଉଟ୍: ଯଦି ବ୍ୟାଟସ୍ମ୍ୟାନ୍ ଅମ୍ପାୟାରଙ୍କ ବିନା ଅନୁମତିରେ ରିଟାୟାର୍ଡ଼ ହେଉଛନ୍ତି ଏହାକୁ ରିଟାୟାର୍ଡ଼ ଆଉଟ୍ ବୋଲି ମାନି ନିଆଯିବ। ହେଲେ ଏମିତି ସ୍ଥିତି କେବେ ଦେଖିବାକୁ ମିଳି ନାହିଁ।
ହ୍ୟାଣ୍ଡଲିଂ ଦି ବଲ୍ : ଯଦି କେବେ କୌଣସି ବ୍ୟାଟସ୍ମ୍ୟାନ୍ ଆଉଟ୍ରୁ ବଞ୍ଚିବା ପାଇଁ ଜାଣିଶୁଣି ବଲକୁ ହାତ ଲଗାଇ ୱିଇକେଟ ଠାରୁ ଦୂରେଇ ଦିଏ ତେବେ ଏହାକୁ ହ୍ୟାଣ୍ଡଲିଂ ଦି ବଲ୍ କୁହାଯିବ।
from Odisha Reporter https://ift.tt/2pznD5M
No comments:
Post a Comment