ଏବେ ସିକ୍କିମ୍‌କୁ ଉଡ଼ିବ ବିମାନ, ନୂଆ ବିମାନବନ୍ଦରର ଲୋକାର୍ପଣ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଏବେ ସିକ୍କିମ୍‌କୁ ଉଡ଼ିବ ବିମାନ, ନୂଆ ବିମାନବନ୍ଦରର ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୧ ବର୍ଷ ପରେ ସିକ୍କିମ୍‌ବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମର ପ୍ରଥମ ବିମାନବନ୍ଦରକୁ ଲୋକାର୍ପଣ କରିଛନ୍ତି। ମୋଦି ପକ୍‌ୟୋଙ୍ଗଠାରେ ନିର୍ମାଣାଧୀନ ଏରୋଡ୍ରମ୍‌କୁ ଉଦ୍‌ଘାଟନ୍‌ କରି ବିମାନ ଉଡ଼ାଣ ପାଇଁ ସବୁଜ ପତାକା ଦେଖାଇଛନ୍ତି।

୨୦୦୯ରୁ ଏଠାରେ ବିମାନବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କିନ୍ତୁ ଆଜି ଯାଏ ଏହା ଶେଷ ହୋଇ ପାରୁ ନଥିଲା। ଅକ୍ଟୋବର ୪ରୁ ଏଠାରୁ ବିଧିବଦ୍ଧ ଭାବେ ବିମାନ ଚଳାଚଳ ଆରମ୍ଭ ହେବ।

ଏହି ବିମାନବନ୍ଦରଟି ସମୁଦ୍ର ପତ୍ତନଠାରୁ ୪,୫୦୦ ଫୁଟ୍‌ ଉଚ୍ଚତାରେ ରହିଛି। ଏଥିପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜଧାନୀ ଗ୍ୟାଙ୍ଗଟକ୍‌ଠାରୁ ୩୩ କିମି ଦୂରରେ ଥିବା ଏହି ବିମାନବନ୍ଦରଟି ୯୯୦ ଏକର ଜମିରେ ନିର୍ମିତ ହୋଇଛି।

ଉତ୍ତର ଭାରତର ପ୍ରଥମ ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟର ମାନ୍ୟତା ମଧ୍ୟ ଏହାକୁ ପ୍ରଦାନ କରାଯାଇଛି। ପୂର୍ବରୁ ଯାତ୍ରୀମାନେ ପଶ୍ଚିମବଙ୍ଗର ବାଗଡୋଗ୍ରା ପର୍ଯ୍ୟନ୍ତ ବିମାନରେ ଯାଇପାରୁଥିଲେ। ଏହାପରେ ୧୨୪ କିମି ପାହାଡ଼ିଆ ରାସ୍ତା ଅତିକ୍ରମ କରି ଗ୍ୟାଙ୍ଗଟକ୍‌ରେ ପହଞ୍ଚୁଥିଲେ। ଏବେ କିନ୍ତୁ ଏହି ଅସୁବିଧା ଦୂର ହେବାକୁ ଯାଉଛି। କାରଣ ଅକ୍ଟୋବର ୪ରୁ ସ୍ପାଇସ୍‌ ଜେଟ୍‌ ପ୍ରତିଦିନ ଦିଲ୍ଲୀ, କୋଲକାତା ଓ ଗୌହାଟୀରୁ ଏଠାକୁ ବିମାନ ସେବା ଆରମ୍ଭ କରିବ।



from Odisha Reporter https://ift.tt/2QWIFHM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages