୨୧ ସେପ୍ଟେମ୍ବର, ଶୁକ୍ରବାର: ଏହି ରାଶିର ଲୋକେ ଶନିଦେବଙ୍କୁ ପୂଜା କଲେ ଶୁଭଫଳ ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

୨୧ ସେପ୍ଟେମ୍ବର, ଶୁକ୍ରବାର: ଏହି ରାଶିର ଲୋକେ ଶନିଦେବଙ୍କୁ ପୂଜା କଲେ ଶୁଭଫଳ ପାଇବେ

Rasi-Fala-8

ମେଷ: ଦିନଟି ଅନୁକୂଳ ନାହିଁ। ଦେଖିଚାହିଁ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: ବୈବାହିକ ଜୀବନ ଖୁସିରେ କଟିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଜମି କିଣିପାରନ୍ତି।

ମିଥୁନ: ଦିନଟି ଭଲରେ କଟିବ। ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଅଧିକ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତି ଯୋଗ ରହିଛି।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ମନ ଉଦାସ ରହିବ। କାର୍ଯ୍ୟକ୍ଷେତ୍ରରେ ଚିନ୍ତିତ ରହିବେ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ତୁଳା: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବେ। ତେଣୁ ଥକି ଯିବେ।

ବିଛା: ଦୂର ସ୍ଥାନକୁ ଯାତ୍ରା ନ କଲେ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିଦେବଙ୍କ ଉପାସନା କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

ଧନୁ: ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ମାନ-ସମ୍ମାନ ବଢ଼ିବ। ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ।

ମକର: ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପରିବାର ଲୋକଙ୍କ ସହ ଖୁସିରେ ଦିନଟି କାଟିବେ।

କୁମ୍ଭ: ବ୍ୟସ୍ତତା ଭିତରେ ଦିନଟି କାଟିବେ। ବ୍ୟବସାୟରେ ଅଧିକ ଲାଭ ହେବ। ଆୟଠାରୁ ବ୍ୟୟ ଅଧିକ ହେବ।

ମୀନ: ଦିନଟି ଭଲରେ କଟିବ। ସନ୍ତାନସନ୍ତତିଙ୍କ ସହ ଖୁସିରେ ଦିନଟି କାଟିବେ। ଆଖିରେ ସାମାନ୍ୟ ସମସ୍ୟା ଦେଖାଯାଇପାରେ।

 



from Odisha Reporter https://ift.tt/2Dke8Bg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages