
ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ କିଣାକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଂସୁଆ ଓଲନ୍ଦଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅଭିଯୋଗ କରିଛନ୍ତି।
ସେପ୍ଟେମ୍ବେର ୨୧ରେ ରାଫେଲର ପାର୍ଟନର ହେବା ପାଇଁ ରିଲାଏନ୍ସ ନାମକୁ ଭାରତ ସରକାର ସୁପାରିସ କରିଥିବା ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲନ୍ଦ ସୂଚନା ଦେଇଥିଲେ। ଏହାପୂର୍ବରୁ ଅଗଷ୍ଟ ୩୦ରେ କିଛି ସପ୍ତାହ ମଧ୍ୟରେ ଫ୍ରାନ୍ସରୁ ଅନିଲଙ୍କ ପାଇଁ ବଡ ସମସ୍ୟା ଅାସିବ ବୋଲି ରାହୁଲ ଟ୍ୱିଟ୍ ଜରିଅାରେ ମୋଦିଙ୍କୁ ଚେତେଇ ଦେଇଥିଲେ। ତେଣୁ ସେମାନଙ୍କ ତଥ୍ୟକୁ ଏକ ସଂଯୋଗ ବୋଲି କୁହାଯାଇ ପାରିବ ନାହିଁ ବୋଲି ଜେଟଲୀ କହିଛନ୍ତି।
ଯଦିଓ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ତଥାପି ସେମାନଙ୍କ ଯୁଗଳବନ୍ଦୀଙ୍କୁ ନେଇ ପ୍ରଶ୍ନ ଉଠୁଛି ବୋଲି ଅରୁଣ ଜେଟଲୀ ଅଭିଯୋଗ କରିଛନ୍ତି।
ସେପଟେ ରାଫେଲ ଅଭିଯୋଗ ସମ୍ପର୍କରେ ଉତ୍ତର ଦେବା ବଦଳରେ ବିଜେପି ପକ୍ଷରୁ ରାହୁଲଙ୍କୁ ଟାର୍ଗେଟ କରାଯାଉଛି ବୋଲି କଂଗ୍ରେସ ଆକ୍ଷେପ କରିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ପକ୍ଷରୁ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଘଟଣାର ଯାଞ୍ଚ ପାଇଁ ଦାବି କରାଯାଇଛି।
from Odisha Reporter https://ift.tt/2MWzOTB
No comments:
Post a Comment