
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବଡ଼ପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବାପ-ପୁଅଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର।
ଜିତେନ୍ଦ୍ର ଏକ ଓଦା ଚାଦରକୁ ବାଡ଼ି ପଟେ ଥିବା ଲୁହା ତାରରେ ଶୁଖାଉଥିଲେ। କୌଣସି କାରଣରୁ ଉକ୍ତ ତାରଟି କୌଣସି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ତେଣୁ ଜିତେନ୍ଦ୍ର ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ ଓ ଉକ୍ତ ତାରରେ ଲାଗି ଯାଇଥିଲେ।
ପୁଅର ଏପରି ଅବସ୍ଥା ଦେଖି ଅଭିମନ୍ୟୁ ଯାଇଥିଲେ ଉଦ୍ଧାର କରିବାକୁ। ତେବେ ସେ ବି ବଦ୍ୟୁତ୍ ସଂସ୍ପର୍ଶରେ ଆସିଗଲେ। ଦୁହେଁ ସେହି ତାରରେ ଝୁଲି ପଡ଼ିଲେ।
ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2O32aNg
No comments:
Post a Comment