ପୁଣି ଟିଭି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ କପିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ପୁଣି ଟିଭି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ କପିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କମେଡି କିଙ୍ଗ୍‌ କପିଲ୍ ଶର୍ମାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଲମ୍ବା ସମୟ ଧରି ଟିଭି ପରଦାରୁ ଦୂରେଇ ରହିଥିବା କପିଲ୍‌ ଏକ ନୂଆ କମେଡି ଶୋ’ ଜରିଆରେ ଟେଲିଭିଜନ୍ ସ୍କ୍ରିନ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତା ଅକ୍ଟୋବରରେ କପିଲ୍‌ଙ୍କର ଏହି ନୂଆ ଶୋ’ ଆରମ୍ଭ ହେବ। ଏହାର ନିର୍ଦ୍ଦେଶନା କପିଲ୍‌ଙ୍କ ପୂର୍ବ ଶୋ’ ‘କମେଡ଼ି ନାଇଟ୍‌ସ ୱିଥ୍ କପିଲ୍’ର ନିର୍ଦ୍ଦେଶକ ଭାରତ କୁକ୍ରେଟି ଦେବେ ବୋଲି ଶୁଣିବାକୁ ମିଳୁଛି।

ଦୀର୍ଘ ଦିନ ଧରି କପିଲ୍ ଅସୁସ୍ଥତା କାରଣରୁ ଟିଭି ପରଦାରୁ ଦୂରେଇ ରହିଛନ୍ତି। ତେବେ ସୁସ୍ଥ ହେବା ପରେ ସେ ପୁଣିଥରେ ଦର୍ଶକଙ୍କୁ ହସାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟେଲିଭିଜନ୍ ଶୋ’ ବ୍ୟତୀତ ସେ ନିଜର ଏକ ନୂଆ ଫିଲ୍ମର ରିଲିଜ୍‌ ପାଇଁ ମଧ୍ୟ ଲାଗିପଡ଼ିଛନ୍ତି। ଅସୁସ୍ଥତା କାରଣରୁ ଏଥିରେ ମଧ୍ୟ ବିଳମ୍ବ ହୋଇଛି। ତେବେ ତାଙ୍କର ଏହି ଫିଲ୍ମ ମଧ୍ୟ ‌ଅକ୍ଟୋବରରେ ରିଲିଜ୍ ହୋଇପାରେ।

ଗତବର୍ଷ ସହକଳାକାର ସୁନିଲ୍‌ ଗ୍ରୋବର୍‌ଙ୍କ ସତ ମନାନ୍ତର ଯୋଗୁ କପିଲ୍‌ଙ୍କ ଲୋକପ୍ରିୟ ଶୋ’ ‘ଦି କପିଲ୍‌ ଶର୍ମା ଶୋ’ ବନ୍ଦ ହୋଇଯାଇଥିଲା। ଏହାପରେ କପିଲ୍‌ ‘ଫ୍ୟାମିଲି ଟାଇମ୍‌ ୱିଥ୍ କପିଲ୍‌’ ଜରିଆରେ ଦର୍ଶକଙ୍କ ମନ ଜିତିବାକୁ ଚାହିଁଥିଲେ। ତେବେ ଏହା ମାତ୍ର ୩ଟି ଏପିସୋଡ୍ ପରେ ବନ୍ଦ ହୋଇଯାଇଥିଲା। କପିଲ୍‌ଙ୍କ ଅସୁସ୍ଥତା କାରଣରୁ ଏହାର ସୁଟିଂ ହୋଇପାରିଲା ନାହିଁ। ଏହି ଶୋ’ ବନ୍ଦ ହେବା ପରେ କପିଲ୍‌ଙ୍କ ଫ୍ୟାନ୍‌ମାନଙ୍କୁ ମଧ୍ୟ ଏକ ବଡ଼ ଝଟକା ଲାଗିଥିଲା।



from Odisha Reporter https://ift.tt/2PSOkOG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages