ଏୟାର ଓଡ଼ିଶା ଅଧିକାରୀଙ୍କ ଅଡୁଆ ବଢ଼ିଲା, ପୀଡ଼ିତାଙ୍କ ବୟାନ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଏୟାର ଓଡ଼ିଶା ଅଧିକାରୀଙ୍କ ଅଡୁଆ ବଢ଼ିଲା, ପୀଡ଼ିତାଙ୍କ ବୟାନ ରେକର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏୟାର ଓଡ଼ିଶା’ର ବରିଷ୍ଠ ଅଧିକାରୀ ସନ୍ତୋଷ ପାଣିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି କମିଶନରେଟ ପୁଲିସ। ପୀଡ଼ିତା ଓ ଅଭିଯୁକ୍ତ ଶ୍ରୀ ପାଣିଙ୍କ କଲ୍‌ ଓ ମେସେଜ୍‌ ଡିଟେଲର ଛାନଭିନ ଜାରି ରହିଛି।

ଏଥିସହ ପୁଲିସ ‘ଦୁଷ୍କର୍ମ’ ହୋଇଥିବା ଘଟଣାସ୍ଥଳର ଯାଞ୍ଚ କରିଛି। ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ‘ଏୟାର ଓଡ଼ିଶା’ ଅଫିସରେ ପୁଲିସ ଚଢ଼ଉ କରି କିଛି ଦସ୍ତାବିଜ ମଧ୍ୟ ଜବତ କରିଛି। ପୀଡ଼ିତାଙ୍କ ୧୬୧ ଓ କୋର୍ଟରେ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇ ସାରିଛି।

ଅଭିଯୋଗ ଅନୁସାରେ ଅଗଷ୍ଟ ୧୦ ଓ ୧୨ ତାରିଖରେ ଥଣ୍ଡା ପାନୀୟରେ ନିଶା ଦେଇ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଥିଲା। ତେବେ ଗୋଟିଏ ମାସ ଡେରିରେ ପୀଡ଼ିତା କାହିଁକି ଦୁଷ୍କର୍ମ ଅଭିଯୋଗ ଆଣିଲେ, ସେନେଇ ମଧ୍ୟ ଖୋଳତାଡ ହୋଇଛି। ଏସବୁ ଅନୁସନ୍ଧାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ‘ଏୟାର ଓଡ଼ିଶା’ ଅଧିକାରୀ ସନ୍ତୋଷ ପାଣିଙ୍କ ପାଇଁ ବିପଦ କ୍ରମେ ବଢୁଥିବା ଆଶଙ୍କା କରାଯାଉଛି।

ଅଭିଯୋଗ ସମ୍ପର୍କରେ ପୁଲିସ ସନ୍ତୋଷଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇଲେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।



from Odisha Reporter https://ift.tt/2QMZEwa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages