କୋହଲିଙ୍କୁ ନେଇ କାହିଁକି ଏମିତି କହିଲେ ସୌରଭ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

କୋହଲିଙ୍କୁ ନେଇ କାହିଁକି ଏମିତି କହିଲେ ସୌରଭ୍‌

sourav-ganguly

କୋଲକାତା: ବୁଧବାର ୟୁଏଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ର ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଚରା ଯିବାରେ ସେ ତାଙ୍କ ମତ ରଖିବା ସହ ବିରାଟଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଛନ୍ତି।

ସୌରଭ କହିଛନ୍ତି, ଏହି ମୁକାବିଲା ସମାନ ସ୍ତରରେ ରହିଛି। ଉଭୟଙ୍କର ଜିତିବାର ସୁଯୋଗ ୫୦-୫୦ ରହିବ।

ବିରାଟଙ୍କ ଅନୁପସ୍ଥିତି ସମ୍ପର୍କରେ ତାଙ୍କୁ ପଚରାଯିବାରେ ସେ କହିଛନ୍ତି, “ବିରାଟଙ୍କ ଅନୁପସ୍ଥିତି ଟିମ୍‌ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ। ଭାରତୀୟ ଟିମ୍‌ ବିରାଟ କୋହଲିଙ୍କ ବିନା ମଧ୍ୟ ବହୁତ ଭଲ। ପିଚ୍‌ ହିସାବରେ ମ୍ୟାଚ୍‌ ଜିତାଇବା ନିମନ୍ତେ ଭାରତୀୟ ଟିମ୍‌ରେ ଏକାଧିକ ବ୍ୟାଟ୍ସମ୍ୟାନ ଅଛନ୍ତି।

ସୂଚନାଯୋଗ୍ୟ, ଏସିଆ କପ୍‌ରେ ଭାରତ ହେଉଛି ସବୁଠାରୁ ସଫଳ ଟିମ୍‌। ୬ଥର ଭାରତ ଏସିଆ କପ୍‌ ଜିତିଥିବା ବେଳେ ପାକିସ୍ତାନ ୨ ଥର ଜିତିବାକୁ ସକ୍ଷମ ହୋଇଛି।

ଆଜି ହଂକଂ ବିପକ୍ଷରେ ମ୍ୟାଚ୍‌ ଖେଳି ଭାରତୀୟ ଦଳ ତା’ର ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ।



from Odisha Reporter https://ift.tt/2xhuRje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages