ଦୂର ହେଲା କାକଟପୁର ମା’ ମଙ୍ଗଳା ପୀଠରେ ଅଚଳାବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଦୂର ହେଲା କାକଟପୁର ମା’ ମଙ୍ଗଳା ପୀଠରେ ଅଚଳାବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଣାର୍କ କାକଟପୁର ମା’ ମଙ୍ଗଳା ପୀଠରେ ଦୂର ହେଲା ଅଚଳାବସ୍ଥା। ୪୮ ଘଣ୍ଟା ପରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ହୋଇଥିଲା। ଦୁଇ କନଷ୍ଟେବଳଙ୍କ ବଦଳି ସହ ସେବାୟତଙ୍କ ଅନ୍ୟ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମଙ୍ଗଳା ମନ୍ଦିର ଦର୍ଶନରେ ଆସିଥିଲେ। ତେବେ ସେମାନଙ୍କୁ କିଛି ସେବାୟତ ଠେଲାପେଲା କରିବା ସହ ମହିଳା ଜଣଙ୍କୁ ସେବାୟତମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ କାକଟପୁର ଥାନାରେ ଅଭିଯୋଗ ପରେ ୩ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ଏହା ପରେ ସେବାୟତଙ୍କ ଗିରଫଦାରି ଓ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସେବାୟତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।



from Odisha Reporter https://ift.tt/2Ozlyl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages