
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାସ୍ତାକଡ଼ କିମ୍ୱା ଘର ଆଖପାଖରେ ଆପଣ ଲାଜକୁଳୀ ଲତା ଦେଖିଥିବେ। ଛୁଇଁବା ମାତ୍ରକେ ଏହାର ପତ୍ର ବନ୍ଦ ହୋଇଯାଏ। ବଡ଼ ସୁକୁମାରିଆ ଏହି କଣ୍ଟା ପ୍ରଜାତୀର ଗୁଳ୍ମ କିନ୍ତୁ ଭାରି ଲାଭକାରୀ। ଆପଣ ଜାଣି ଖୁସି ହେବେ ଯେ, ଏହାର ପତ୍ର ଆଉ ଫୁଲ ଉଭୟ ଔଷଧୀୟ। ବଡ଼ ବଡ଼ ରୋଗରେ ନିଦାନ ସେଥିରେ ରହିଛି। ତା ହେଲେ ଆସନ୍ତୁ ଜାଣିବା ଲାଜକୁଳୀ ଲତା ପତ୍ର ଓ ଫୁଲ କେଉଁ ରୋଗର ନିଦାନ ଭାବେ ଗ୍ରହଣ କରାଯାଇଛି।
ଏହି କଣ୍ଟାଜାତୀୟ ଗୁଳ୍ମ ଭାରତର ସମସ୍ତ ସ୍ଥାନରେ ରହିଥିବା ଦେଖିବାକୁ ମିଳେ। ଏହି ଔଷଧୀୟ ଗୁଳ୍ମର ବୈଜ୍ଞାନିକ ନାମ ହେଉଛି Mimosa pudica।
ଉପକାରିତା
- ଯଦି ଆପଣଙ୍କର କିଡ୍ନୀ ଏବଂ ହୃଦୟ ସମସ୍ୟା ରହିଛି, ତେବେ ଲାଜକୁଳୀ ପତ୍ର, ଫୁଲ, ମଞ୍ଜି, ଛେଲି ଏବଂ ଚେରକୁ ଶୁଖାଇ ଗୁଣ୍ଡ କରନ୍ତୁ। ଏହି ଗୁଣ୍ଡରୁ ୫ ଗ୍ରାମ ନେଇ ୪୦୦ ମିଲିଗ୍ରାମ୍ ପାଣିରେ ଫୁଟାନ୍ତୁ ଏବଂ ଏହାର ଏକ ଚତୁର୍ଥାଂଶ ପାଣିକୁ ସକାଳେ ଖାଲି ପେଟରେ ପିଅନ୍ତୁ। ଏହା କିଡ୍ନୀ ଏବଂ ହୃଦୟ ସମସ୍ୟାକୁ ଠିକ୍ କରିଥାଏ। ଲାଜକୁଳୀ ଲତାର ପତ୍ରକୁ ବାଟି ନାଭି ତଳେ ଏହାର ଲେପକୁ ଲଗାଇଲେ, ବାରମ୍ୱାର ପରିଶ୍ରାଜନିତ ରୋଗରୁ ଉପଶମ ମିଳିଥାଏ।
- ଲାଜକୁଳୀର ଲତାର ୧୦୦ ଗ୍ରାମ୍ ପତ୍ରକୁ ୩୦୦ ମିଲିଗ୍ରାମ ପାଣିରେ ଫୁଟାଇ କାଢ଼ା ପ୍ରସ୍ତୁତ କରନ୍ତୁ ଏବଂ ଏହି କାଢ଼ାକୁ ଡାଇବେଟିସ୍ ରୋଗୀଙ୍କୁ ଦିଅନ୍ତୁ। ଏହା ଡାଇବେଟିସ୍ ରୋଗୀଙ୍କୁ ଅନେକ ସୁଫଳ ଦେଇଥାଏ।
- ଲାଜକୁଳୀ ଲତାର ଚେର ଏବଂ ପତ୍ରକୁ ଶୁଖାଇ ଏହାର ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇଲେ ପାଇଲସ୍ ଭଲ ହୋଇଥାଏ।
- ଶରୀରରେ କୌଣସି ସ୍ଥାନରେ ଘା’ ସୃଷ୍ଟି ହେଲେ, ସେହି ସ୍ଥାନରେ ଲାଜକୁଳୀ ପତ୍ରର ଲେପ ଲଗାଇଲେ ଯନ୍ତ୍ରଣାରୁ ଉପଶମ ମିଳେ ଓ ରକ୍ତଶ୍ରାବ ବନ୍ଦ ହୁଏ।
- ଲାଜକୁଳୀ ଲତାର ଚେରକୁ ମହୁ ସହିତ ମିଶାଇ ଖାଆନ୍ତୁ କିମ୍ୱା ଏହାର ଚେରକୁ ଖାଲି ଶୋଷିକରି ଖାଇଲେ କାଶ ହେଉଥିଲେ ଉପଶମ ପାଇବେ।
- ଏହାର ପତ୍ର ଚୋବାଇ ଖାଇଲେ ଗଳା ଦରଜ ବେଳେ ଆରାମ ମିଳିଥାଏ।
- ଯଦି ଆପଣଙ୍କ ଝାଡ଼ାରେ ରକ୍ତ ପଡ଼ୁଛି, ତେବେ ଲାଜକୁଳୀ ଚେରର ଗୁଣ୍ଡ ୩ ଗ୍ରାମ୍ ଦହି ସହିତ ମିଶାଇ ଖାଆନ୍ତୁ, ଏହା ଶୀଘ୍ର ଭଲ ହୋଇଯିବ।
- ତ୍ୱଚା ସଂକ୍ରମଣ ହେଲେ ଏହାର ପତ୍ରକୁ ବାଟି ମୁହଁରେ ଲଗାଇଲେ ଉପଶମ ମିଳିଥାଏ ଏବଂ ଟନ୍ସିଲ୍ ହୋଇଥିଲେ ମଧ୍ୟ ଏହାର ପତ୍ରକୁ ବାଟି ବେକରେ ଲଗାନ୍ତୁ। ପ୍ରତିଦିନ ଦୁଇ ଥର ଏପରି କଲେ ଆପଣ ଟନ୍ସିଲ୍ରୁ ତୁରନ୍ତ ଉପଶମ ପାଇପାରିବେ।
from Odisha Reporter https://ift.tt/2pjYI6h
No comments:
Post a Comment