
ମୁମ୍ବାଇ: ଏସ୍ ଶ୍ରୀସନ୍ଥ ‘ବିଗ୍ ବସ୍’ରୁ ବାହାରି ଯିବାକୁ ଧମକ ଦେଇଛନ୍ତି। ଯଦି ସେ ‘ବିଗ୍ ବସ୍’ରୁ ବାହାରି ଯାଆନ୍ତି ଓ କଲର୍ସ ଚ୍ୟାନେଲ୍ ସହିତ ଚୁକ୍ତି ରଦ୍ଦ କରନ୍ତି, ତା’ହେଲେ ଏଥିପାଇଁ ତାଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେବାକୁ ପଡ଼ିବ।
ମିଳିଥିବା ସୂଚନା ଅନୁଯାୟୀ, ଯଦି ଶ୍ରୀସନ୍ଥ ‘ବିଗ୍ ବସ୍’ ଅଧାରୁ ଚାଲି ଯାଆନ୍ତି, ତା’ହେଲେ ତାଙ୍କୁ କଲର୍ସ ଚ୍ୟାନେଲ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହେବ।
ମଙ୍ଗଳବାର ଦିନ ‘ବିଗ୍ ବସ୍’ ଶୋ’ରେ ଶ୍ରୀସନ୍ଥ ଓ ସୋମି ଖାନ୍ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଶ୍ରୀସନ୍ଥ ତାଙ୍କୁ କହିଥିଲେ ଯେ ତୁମ ବାପାମା’ ତୁମକୁ ଭଲ ଭାବେ ବଢ଼ାଇ ନାହାନ୍ତି। ଯେତେବେଳେ ଝଗଡ଼ା ନିୟନ୍ତ୍ରଣ ବାହାରକୁ ଚାଲିଗଲା ସେତେବେଳେ ଶ୍ରୀସନ୍ଥ ଶୋ’ ଛାଡ଼ିବାକୁ ଧମକ ଦେଇଥିଲେ ଓ ‘ବିଗ୍ ବସ୍’ର ଦ୍ୱାର ଖୋଲି ଦିଆଯାଉ ବୋଲି କହିଥିଲେ।
କରନଵୀର ବୋରାଙ୍କ ସମେତ କିଛି ପ୍ରତିଯୋଗୀ ତାଙ୍କୁ ବୁଝାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା।
ଏ ନେଇ କଲର୍ସ ଚ୍ୟାନେଲ୍ ତା’ର ଅଫିସିଆଲ୍ ଟ୍ୱିଟର ପେଜ୍ରେ ଏକ ଭିଡିଓ ପୋଷ୍ଟ୍ କରିଛି।
.@sreesanth36 ade hain #BB12 house chhodne ki zidd par! Kya housemates kar paaenge unka irada change? #BiggBoss12 pic.twitter.com/OYCDwoJ6Zf
— COLORS (@ColorsTV) September 19, 2018
ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀସନ୍ଥ ‘ଝଲକ୍ ଦିଖ୍ଲା ଯା’ ଶୋ’ରୁ ମଧ୍ୟ ଅଧାରୁ ଚାଲି ଯାଇଥିଲେ।
from Odisha Reporter https://ift.tt/2OIkGeg
No comments:
Post a Comment