
ସମ୍ବଲପୁର(ଓଡ଼ିଶା ରିପୋର୍ଟର):ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ର ହାତାହାତି ହୋଇଛନ୍ତି। ରାଜନୀତି ବିଜ୍ଞାନ ବିଭାଗର ଜଣେ ପ୍ରଫେସର ଓ ଜଣେ ଏମ୍ଫିଲ୍ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ଓ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଉଭୟ ପକ୍ଷରୁ ଦୁଇ ଜଣ ଆହତହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ୟାମ୍ପସ୍ରେ ପୁଲିସ୍ ମୁୟତନ କରାଯାଇଛି।
ଛାତ୍ର ଜଣଙ୍କ କହିଛନ୍ତି,“ମୁଁ ରାଜନୀତି ବିଜ୍ଞାନ ବିଭାଗ ସାମ୍ନାରେ ଠିଆ ହୋଇଥିବା ବେଳେ ପ୍ରଫେସର କୁଜୁର ମୋତେ ନିଜ ପ୍ରକୋଷ୍ଠକୁ ଡାକି ମଦ ପିଇବାକୁ ଦେଇଥିଲେ। ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା।”
ଅନ୍ୟପଟେ ପ୍ରଫେସର କୁଜୁରଙ୍କ ଅଭିଯୋଗ ଅନୁସାରେ, ବିଶ୍ୱବିଦ୍ୟାଳୟର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେଇ ଅଧାରୁ ନିଜ ପ୍ରକୋଷ୍ଠକୁ ଚାଲିଯାଇଥିଲେ। ଏହି ସମୟରେ ବିଶ୍ୱରଞ୍ଜନଙ୍କ ସମେତ ୩ ଜଣ ଛାତ୍ର ତାଙ୍କ ପ୍ରକୋଷ୍ଠକୁ ପଶି ଗଣ୍ଡଗୋଳ ଓ ମାରପିଟ୍ କରିଥିଲେ।
from Odisha Reporter https://ift.tt/2NGvOMg
No comments:
Post a Comment