ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ସମୟ ବଦଳାଇଲା ପୁରୀ ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ସମୟ ବଦଳାଇଲା ପୁରୀ ପୁଲିସ୍

BaijayantaPanda

ପୁରୀ(ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ସମୟ ବଦଳାଇଛି ପୁରୀ ପୁଲିସ୍‌। ଇମ୍ଫାକୁ ଦିଆଯାଇଥିବା ସମନ୍ସରେ ଉଡ଼ାଣ ସମୟ ବଦଳିଛି। ଫଳରେ ପୁରୀ ପୁଲିସ୍‌ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଛି।

ଗତ ୧୫ ତାରିଖ ଅପରାହ୍ନ ଗୋଟାଏ ୩୦ ମିନିଟ୍‌ରେ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ିଥିବା ଏଫ୍ଆଇଆରରେ କୁହାଯାଇଥିବା ବେଳେ ସମନ୍ସରେ ଭିନ୍ନ ସମୟ ଉଲ୍ଲେଖ କରାଯାଇଛି।

୧୫ ତାରିଖ ସକାଳ ୯ ଟା ୩୦ ମିନିଟ୍‌ରେ ଇମ୍ଫାର ହେଲିକପ୍ଟର ଚିଲିକା ଉପରେ ଉଡ଼ୁଥିବା ଦେଖାଯାଇଥିଲା ବୋଲି ଇମ୍ପାକୁ ଦିଆଯାଇଥିବା ସମନ୍ସରେ ଉଲ୍ଲେଖ ରହିଛି।

ପୁଲିସ୍‌ର ଏଭଳି ବିଭ୍ରାନ୍ତିକର ତଥ୍ୟକୁ ନେଇ ଟ୍ୱିଟ୍‌ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ସେ କହିଛନ୍ତି, ପ୍ରଥମେ କହିଲେ ସି-ପ୍ଲେନ୍। ୪୮ ଘଣ୍ଟା ପରେ ଏହାକୁ ହେଲିକପ୍ଟରରେ ପରିବର୍ତ୍ତନ କରାଗଲା। ତାହା ଚିଲିକାରେ ଅପରାହ୍ନ ଗୋଟାଏ ୩୦ ମିନିଟରେ ଓହ୍ଲାଇଥିବା କୁହାଯାଇଥିଲା। କିନ୍ତୁ ମୁଁ ସକାଳ ୮ଟା ୪୫ରୁ ୧୦ ଟା ୨୮ ଏବଂ ଅପରାହ୍ନ ୧୨ ଟା ୫୦ରୁ ଗୋଟାଏ ୨୬ ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲି। ୧.୨୬ରେ ଭୁବନେଶ୍ୱରରେ ହେଲିକପ୍ଟର ଅବତରଣ କରିଥିଲା। ଏବେ ଓଡ଼ିଶା ପୁଲିସ ସମୟ ପରିବର୍ତ୍ତନ କରି ୯ ଟା ୩୦ କରିଛି। ସମନ୍ସରେ ଏହି ସମୟ ଉଲ୍ଲେଖ ରହିଛି। ମୁଁ ସେତେବେଳେ ପୁରୀରେ ଥିବା ନେଇ ମୋ ପାଖରେ ଫଟୋ ପ୍ରମାଣ ରହିଛି।

ସେ ସେହି ସମୟରେ ପୁରୀରେ ଥିବା ଏକ ଫଟୋ ଟ୍ୱିଟରେ ଶେୟାର କରିଛନ୍ତି। ଫଳରେ ବୈଜୟନ୍ତଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସନ୍ଦେହ କରାଯାଉଛି।



from Odisha Reporter https://ift.tt/2MJ5BqZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages