ବିରାଟଙ୍କୁ ଅଧିନାୟକ ପଦରୁ ବିଦା କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ବିରାଟଙ୍କୁ ଅଧିନାୟକ ପଦରୁ ବିଦା କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର!

virat

ନୂଆଦିଲ୍ଲୀ: ଇଂଲଣ୍ଡର ଓଭାଲ୍‌ରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ରେ ଘରୋଇ ଦଳ ଭାରତ ବିପକ୍ଷରେ ମଜଭୁତ ସ୍ଥିତିରେ ଅଛି। ଏହି ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବାକୁ ଭାରତୀୟ ଦଳ ସଂଘର୍ଷ କରୁଥିବା ବେଳେ ଅଧିନାୟକ ବିରାଟ କୋହଲିଙ୍କୁ ଝଟକା ଦେବା ଭଳି ଏକ ଖବର ଚାରିଆଡ଼େ ବ୍ୟାପି ଯାଇଛି। ଏହା ତାଙ୍କ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଖବର ଆସିଛି ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଧିନାୟକ ପଦରୁ ବହିଷ୍କାର କରାଯାଇଛି।

ତେବେ ବ୍ୟସ୍ତ ହେବାର କିଛି ନାହିଁ। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଏଭଳି ଖବରକୁ ଖଣ୍ଡନ କରାଯାଇଛି। ଆର୍‌ସିବିର ମୁଖପାତ୍ର ‘ଇଣ୍ଡିଆ ଟୁଡେ’କୁ କହିଛନ୍ତି ଯେ ଆଗାମୀ ସିଜିନ୍‌ରେ ମଧ୍ୟ ବିରାଟ କୋହଲି ଦଳର ଅଧିନାୟକ ରହିବେ।

ଏହା ପୂର୍ବରୁ ଖବର ଆସିଥିଲା ଯେ ଆର୍‌ସିବି ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ବାହାର କରି ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଏ.ବି ଡିଭିଲିୟର୍ସଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇ ସାରିଛି। ଖାଲି ଘୋଷଣା ବାକି ଅଛି।

ନିକଟରେ ଆର୍‌ସିବି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ସ୍ପିନର ଡାନିଏଲ ଭିଟୋରୀଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଗ୍ୟାରୀ କର୍ଷ୍ଟନ୍‌ଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଥିଲା। ବ୍ୟାଟିଂ ଓ ଫିଲ୍‌ଡିଂ କୋଚ୍ ଟ୍ରେଣ୍ଟ୍ ବୁହହୀଲ ଓ ଏଲନ୍ ଡୋନାଲ୍ଡଙ୍କୁ ବି ପଦରୁ ହଟାଇ ଦିଆଯାଇଛି। ଅନ୍ୟପକ୍ଷରେ ଏବେ ଆଶିଷ ନେହରାଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତି ଦେଇଛି।

ବିରାଟ କୋହଲି ୨୦୦୮ରୁ ଆର୍‌ସିବି ସହିତ ଅଛନ୍ତି। ଆଉ ଗତ ୬ ସିଜିନ୍ ହେଲାଣି ଦଳର ନେତୃତ୍ୱ ନେଉଛନ୍ତି।

 



from Odisha Reporter https://ift.tt/2McC20z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages