
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ବଜାରରେ ଅନ୍ତଃରାଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫ୍ଡିଆଇକୁ କ୍ୟାବିନେଟ୍ର ମଞ୍ଜୁରୀକୁ ବିରୋଧ କରି ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି।
ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି। ଫଳରେ ଆଜି ରାଜ୍ୟର ସମସ୍ତ ଛୋଟ,ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଆନ୍ଦୋଳନରେ ସାମିଲ ହେବେ ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି। ମାଲଗୋଦାମ, ସମସ୍ତ ରିଟେଲ କାଉଣ୍ଟର ଓ ମାଲ୍ ଲୋଡିଂ ଓ ଅନଲୋଡିଂ ମଧ୍ୟ ବନ୍ଦ ରଖାଯିବ।
ଇ-ଫାର୍ମାସି ଓ ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ କରି ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ମଧ୍ୟ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି।
ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ କରାଯାଇଥିବାରୁ ଆଜି ରାଜ୍ୟବ୍ୟାପୀ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିବ।
from Odisha Reporter https://ift.tt/2QfTxiZ
No comments:
Post a Comment