ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍ଡୋ, ସଲାହ ଓ ମୋଡ୍ରିକ୍, ବାଦ୍‌ ପଡ଼ିଲେ ମେସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍ଡୋ, ସଲାହ ଓ ମୋଡ୍ରିକ୍, ବାଦ୍‌ ପଡ଼ିଲେ ମେସି

ଲଣ୍ଡନ: ପୂର୍ବତନ ରିଅଲ୍ ମାଡ୍ରିଡ୍ ତାରକା ତଥା ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣିଥରେ ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସାମିଲ ହୋଇଛନ୍ତି। ରୋନାଲ୍ଡଙ୍କ ବ୍ୟତୀତ ରିଅଲ ମାଡ୍ରିଡ୍‌ର ମିଡ୍‌ ଫିଲ୍ଡର୍‌ ତଥା କ୍ରୋଏସିଆର ଅଧିନାୟକ ଲୁକା ମୋଡ୍ରିକ୍ ଓ ଇଜିପ୍ଟର ମହମ୍ମଦ ସଲାହ ମଧ୍ୟ ଏହି ମନୋନୀତ ତାଲିକାରେ ସାମିଲ ହୋଇଛନ୍ତି।

ରୋନାଲ୍ଡୋ ବ୍ୟକ୍ତିଗତ ଭାବେ ୬ଷ୍ଠଥର ପାଇଁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ଦୌଡ଼ରେ ନିଜର ସ୍ଥାନ ପକ୍କା କରିଛନ୍ତି। ରୋନାଲ୍ଡୋଙ୍କ ପାଇଁ ରିଅଲ୍ ମାଡ୍ରିଡ୍ ପାଞ୍ଚବର୍ଷରେ ଚାରିଥର ଚାମ୍ପିୟନ୍ସ ଲିଗ୍ ଟାଇଟଲ୍ ଜିତିଛି ।

ତେବେ ରୋନାଲ୍ଡୋ ଗତ ଜୁଲାଇରେ ରିଅଲ୍ ମାଡ୍ରିଡ୍ ଛାଡ଼ି ଇଟାଲିୟାନ୍ କ୍ଲବ୍ ଜୁଭେଣ୍ଟସ୍ ସହ ଚୁକ୍ତି କରିଛନ୍ତି। ମୋଡ୍ରିକ୍ ମଧ୍ୟ ରିଅଲ୍‌ ମାଡ୍ରିଡ ଦଳର ମିଡ୍‌ ଫିଲ୍ଠର ଭାବ ଚାମ୍ପିୟନ୍ସ ଲିଗ୍‌ରେ ନିଜର ଯାଦୁ ଦେଖାଇଥିଲେ। ଏଥିସହ ଗତ ଜୁଲାଇରେ ଶେଷ ହୋଇଥିବା ରୁଷିଆ ଫିଫା ବିଶ୍ୱକପ୍‌ରେ ମୋଡ୍ରିକ୍ ଗୋଲ୍ଡେନ୍ ବଲ୍ ବିଜେତା ହୋଇଥିଲେ ।

ସଲାହ ନିଜର ପଦାର୍ପଣ ସିଜନ୍‌ରେ ଲିଭରପୁଲ୍ ପକ୍ଷରୁ ୪୪ଟି ଗୋଲ୍ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ତେଣୁ ଏହି ତିନିଜଣଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଛନ୍ତି, ତାହା ଆଗାମୀ ୨୪ ତାରିଖରେ ଜଣାପଡ଼ିବ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସର୍ବଦା ଫିଫା ଶ୍ରେଷ୍ଠ ଖେଳାଳି ତାଲିକାରେ ରହି ଆସୁଥିବା ଲିଓନେଲ୍‌ ମେସି କିନ୍ତୁ ଏଥର ତାଲିକାରେ ସ୍ଥାନ ପାଇନାହାନ୍ତି।

ସେହିପରି ଫିଫା ଶ୍ରେଷ୍ଠ କୋଚ୍ ଦୌଡ଼ରେ ବିଶ୍ୱ ବିଜେତା ଫ୍ରାନ୍ସ ମ୍ୟାନେଜର ଡିଡିଏର ଡେସ୍ଚାମ୍ପସ୍, ଜ୍ଲାଟ୍କୋ ଡାଲିକ୍ ଓ ଜିନେଦିନ୍ ଜିଦାନ୍ ରହିଛନ୍ତି ।



from Odisha Reporter https://ift.tt/2NaHXaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages